ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଜାଭଲିନ ଥ୍ରୋ ଫାଇନାଲିଷ୍ଟ ତଥା ଓଡ଼ିଶା ଖେଳାଳି କିଶୋର କୁମାର ଜେନା । ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରସ୍କାର ଘୋଷଣା । ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ତେବେ, ପ୍ରଥମ ଓଡ଼ିଆ ଜାଭଲିନ ଖେଳାଳି ଭାବେ କିଶୋର ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ପଦାର୍ପଣରେ ଚମକି ଥିଲେ ଓଡ଼ିଶାର ଏହି ତାରକା ଖେଳାଳି । ଗୋଲଡେନ ବୟ ନୀରଜ ଚୋପ୍ରା ଏବଂ ଡିପି ମନୁଙ୍କ ସହ କିଶୋର ଫାଇନାଲକୁ ପ୍ରବେଶ କରିଥିଲେ । ଫାଇନାଲରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୭୭ ମିଟର ଥ୍ରୋ କରିଥିଲେ ମଧ୍ୟ କିଶୋର ମେଡାଲ ତାଲିକାରୁ ବାଦ ପଡ଼ି ୫ମ ସ୍ଥାନରେ ରହିଥିଲେ । ତେବେ ଏହି ପ୍ରତିଯୋଗିତାରେ ଇତିହାସ ରଚିଥିଲେ ନୀରଜ । ବିଶ୍ବ ଖେଳକୁଦ ପ୍ରତିଯୋଗିତାର ୪୦ ବର୍ଷ ଇତିହାସରେ ପ୍ରଥମ ଥର ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ ନୀରଜ । ସେହିପରି ଅନ୍ୟତମ ଫାଇନାଲିଷ୍ଟ ଡିପି ମନୁ ୮୪.୧୪ ମିଟର ଥ୍ରୋ କରି ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲେ ।
More Stories
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..
ପୁଣି ବିଶ୍ବ ରେକର୍ଡ କଲେ ନିରଜ୍