ସାଧାରଣତ ଆପଣମାନେ ଜାଣିଥିବେ କୌଣସି ବ୍ୟକ୍ତି କିମ୍ବା ସେଲିବ୍ରିଟି ଚର୍ଚ୍ଚାରେ ରହିବା ପାଇଁ ହେଉ ଅବା ନିଜର ଅପମାନର ପ୍ରତିଶୋଧ ପାଇଁ ହେଉ, ମାନହାନି ମାମଲା ଦାୟର କରିଥାନ୍ତି । ତେବେ ଏହି ମାନହାନୀ ମାମଲା କଣ । ଆଉ ଏହା କିଏ କରିପାରିବେ । ଜଣେ ସାଧାରଣ ବ୍ୟକ୍ତି ଚାହିଁଲେ ତାଙ୍କ ସମ୍ମାନ ପାଇଁ ମାନହାନି ମାମଲା ଦାଖଲ କରିପାରିବ କି ନାହିଁ ଆସନ୍ତୁ ଜାଣିବା । ଆପଣଙ୍କର ମାନ୍ ର ମୂଲ୍ୟ କଣ? ଆସ;ୁ ସବିଶେଷ ଭାବରେ ଜାଣିବା । ଯଦି ଜଣେ ବ୍ୟକ୍ତି ତୁମର ସମ୍ମାନ ସହିତ ଖେଳନ୍ତି । ଉଦାହରଣ ସ୍ୱରୂପ, ମିଥ୍ୟା ବିବୃତ୍ତି ଦେବା, ଭୁଲ ଜିନିଷ ଛାପିବା, ବିନା ଅନୁମତିରେ କୌଣସି ଭୁଲ ମନ୍ତବ୍ୟ ଦେବା ଇତ୍ୟାଦିକୁ ଆଇନଗତ ଭାଷାରେ ମାନହାନି କୁହାଯାଏ । ଏହାର ଅର୍ଥ ହେଉଛି ଆପଣଙ୍କର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ।
ତେବେ ଏହି ମାମଲା ଦୁଇ ପ୍ରକାରର ଯଥା ନାଗରିକ ଓ ଅପରାଧୀକ । ନାଗରିକ- ଏଥିରେ ଅସ;ୁଷ୍ଟ ବ୍ୟକ୍ତି ଟଙ୍କା ପାଇଁ ଦାବି କରିପାରିବେ । ଏକ ମାନହାନି ମାମଲା ସିଭିଲ କୋର୍ଟ କିମ୍ବା ହାଇକୋର୍ଟରେ ଦାଖଲ ହୋଇପାରିବ । ଏକ ଦାବି କରିବାବେଳେ, ସେହି ବ୍ୟକ୍ତିଙ୍କ ପ୍ରତିଷ୍ଠା କଣ ଏବଂ ତାଙ୍କ ପାଇଁ ଏହା କେତେ କ୍ଷତିକାରକ ତାହା ଦେଖାଯାଏ । ଅପରାଧୀ- ଏଥିରେ, ଆଇପିସି ଧାରା ୨୦୦ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରାଯାଇପାରିବ । ସିଧାସଳଖ ପୋଲିସ ଷ୍ଟେସନରେ ମାମଲା ଦାୟର କରାଯାଇପାରିବ ନାହିଁ । ଏଥିରେ ସର୍ବାଧିକ ୨ ବର୍ଷ ଜେଲ ଦଣ୍ଡ ହୋଇପାରେ ।
ମାନହାନି ସମ୍ବନ୍ଧୀୟ ନିୟମ ହିସାବରେ, ଭାରତୀୟ ଦଣ୍ଡ ସଂହିତାର ୪୯୯ ଏବଂ ୫୦୦ରେ କୌଣସି ବ୍ୟକ୍ତିର ସମ୍ମାନ ଏବଂ ପ୍ରତିଷ୍ଠା ରକ୍ଷା କରିବା ପାଇଁ ଏକ ନିୟମ ଅଛି । ଧାରା ୪୯୯ ଯେଉଁ ପରିସ୍ଥିତିରେ ବଦନାମି ପାଇଁ ଦାବି କରାଯାଇପାରିବ ଏବଂ ଧାରା ୫୦୦ ଏହାର ଦଣ୍ଡବିଧାନ ସମ୍ବନ୍ଧୀୟ ସୂଚନା ରଖିଛି । ତେବେ ଏଥିରେ ଦିଆଯାଉଥିବା ଟଙ୍କା କିପରି ଭାବରେ ନିର୍ଣ୍ଣୟ କରାଯାଏ ଆସନ୍ତୁ ଜାଣିବା । ଧରାଯାଉ ଜାଭେଦଙ୍କ ଗୋଟିଏ ଦିନର ରୋଜଗାର ହେଉଛି ୫୦ ଲକ୍ଷ ଟଙ୍କା ଏବଂ ସେ ଅପମାନିତ ହୋଇଥିବା ଦିନଠାରୁ ସେ ହରାଇଥିବା ପରିମାଣକୁ ହିସାବ କରିଯାଏ । ତାପରେ ଯାଇ ଆପଣ ଅଭିଯୁକ୍ତଙ୍କ ଉପରେ ଏତିକି ଟଙ୍କା ଦାବି କରିପାରିବେ । ଯଦି କୌଣସି ବ୍ୟକ୍ତିର ରୋଜଗାର ଏକ ମାସରେ ୩୦ ରୁ ୪୦ ହଜାର, କି;ୁ ତାଙ୍କର ସାମାଜିକ ମୂଲ୍ୟ ବହୁତ, ତାଙ୍କର ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି ଏବଂ ଲୋକମାନେ ତାଙ୍କୁ ବହୁତ ମାନନ୍ତି, ତେବେ ରୋଜଗାର ସହିତ ତାଙ୍କର ସାମାଜିକ ମୂଲ୍ୟ ମଧ୍ୟ ହିସାବ କରିବା ଉଚିତ ।
ତେବେ ଖାଲି ମାନହାନି ହୋଇଥିବା ବ୍ୟକ୍ତିଙ୍କ କଥାରେ ହିଁ ଏହାର ନିର୍ଣ୍ଣୟ ହୋଇପାରେ ନାହିଁ । ଉଭୟ ପକ୍ଷର ପଏଣ୍ଟ ଏବଂ ପ୍ରମାଣ ଉପରେ କୋର୍ଟ ଦୃଷ୍ଟି ଦେବେ । ଯଦି ଅଭିଯୁକ୍ତର ସ୍ଥିତି ଭଲ, ତାହେଲେ ତାଙ୍କ ଉପରେ ଦାବି ହୋଇଥିବା ପରିମାଣର ଅର୍ଥ ତାଙ୍କୁ ଦେବାକୁ ପଡିବ, କି;ୁ ଯଦି ବିପରୀତ ପରିସ୍ଥିତି ସେତେ ଅଧିକ ପରିମାଣର ଅର୍ଥ ଦେବା ପାଇଁ ଅସମର୍ଥତ ତା ହେଲେ ସେ କେତେ ଟଙ୍କା ଦେଇପାରିବେ ତାହା କୋର୍ଟ ସ୍ଥିର କରିବ । ତେବେ ଯଦି କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କ ବିଷୟରେ ସତ୍ୟ କହିଥାନ୍ତି,ତେବେ ତାହା ମାନହାନି ଭାବରେ ଧରାଯିବ ନାହିଁ । ଖବରକାଗଜ କିମ୍ବା ପତ୍ରିକାରେ ପ୍ରକାଶିତ ସଠିକ୍ ଜିନିଷକୁ ବଦନାମ ବୋଲି ଧରାଯିବ ନାହିଁ । ଯଦି ଆପଣ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ଏପରି ମନ୍ତବ୍ୟ ଦେଇଛନ୍ତି, ଯାହା ସମସ୍ତଙ୍କ ହିତ, ତେବେ ଏହା ବଦନାମ ବୋଲି ଧରାଯିବ ନାହିଁ ।https://thetopmost.in/scientist-develop-speech-synthesizer-for-speechless-person/
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍