The Topmost

“The eyes believe themselves, the ears believe other people.”

ଜାଣନ୍ତୁ ଆପଣଙ୍କ ସୁନ୍ଦରତାର ମାପ କେତେ

କଣ ଆପଣ ଜାଣିଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା କିଏ ? ଆମେ ଏଠାରେ କୌଣସି ମିସ୍‌ ୱାଲïର୍ କିମ୍ବା ମିସ୍‌ ୟୁନିଭର୍ସଙ୍କ କଥା କହୁନୁ । ବରଂ ପ୍ରାକୃତିକ ଭାବରେ ତାଙ୍କର ସୁନ୍ଦରତା ସମସ୍ତଙ୍କୁ ମୋହିତ କରିଛି । ଖାଲି ମଣିଷ କାହିଁକି ସାରା ବିଶ୍ୱ ଏପରିକି ବିଜ୍ଞାନ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟରେ ବିମୁU । ବହୁ ଚର୍ଚ୍ଚିତ ଫିଲ୍ମ ସୁପର ୩୦କୁ ତ ପ୍ରାୟ ଆପଣ ସମସ୍ତେ ଦେଖିଥିବେ । ସେଥିରେ ସୁପରଷ୍ଟାର ହ୍ରିତିକ୍‌ ରୋଶନ ଜଣେ ମ୍ୟାଥେମେଟିସିଆନ୍‌ ଭାବରେ ଅଭିନୟ କରିଥିଲେ । ସେଥିରେ ସେ ତାଙ୍କ ଗର୍ଲଫ୍ରେଣ୍ଡୁ ଭୂମିକାରେ ଅଭିନୟ କରୁଥିବା ମୃଣାଳଙ୍କ ଫେସରେ ଫି ନଥିବା କଥା କହିଥିଲେ । ତେବେ ଆପଣମାନେ ସେ ବିଷୟରେ ଏତେ ଧ୍ୟାନର ସହିତ ଦେଖିନଥିବେ । କିନ୍ତୁ ସେଥିରେ ସେ କହିଥିବା କଥା ଟି ଏକଦମ ସତ ।

ସୁନ୍ଦରତା ପରୀକ୍ଷା କରିବାର ଗାଣିତିକ ସୂତ୍ରରେ ସେ ମହିଳା ଜଣକ ପୁରା ୧୦୦ ରୁ ୧୦୦ ନମ୍ବର ଆଣିଛନ୍ତି । ସେ ବିଶ୍ୱ ସୁନ୍ଦରୀ ପ୍ରତି ଯୋଗୀତା ଜିତି ନାହାନ୍ତି କି ମିସ୍‌ ୟୁନିଭର୍ସ ହୋଇ ନାହାଁନ୍ତି । ତଥାପି ବିଜ୍ଞାନ ମତରେ ସେ ସବୁଠାରୁ ସୁନ୍ଦରୀ ମହିଳା । ହଲିଉଡ୍‌ ଅଭିନେତ୍ରୀ ଆମ୍ବର ହର୍ଡଙ୍କ ନାଁ ଆପଣ ନିଶ୍ଚୟ ଶୁଣିଥିବେ । ନିକଟରେ ସେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ପୂର୍ବତନ ପତି ଅଭିନେତା ଜନ ଡେପଙ୍କ ବିରୋଧରେ ସେ ମାନହାନୀ ମକଦ୍ଦମା କରି ଅସଫଳ ହୋଇଛନ୍ତି । କୋର୍ଟ ଜନ ଡେପ୍‌ଙ୍କ ସମର୍ଥନରେ ରାୟ ଶୁଣାଇବା ସହ ଆମ୍ବର ହର୍ଡକୁ ଫାଇନ କରିଛନ୍ତି । ଯାହାକୁ ନେଇ ତାଙ୍କୁ ଫ୍ୟାନ୍‌ଙ୍କ ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ତେବେ ଏହି ହିରୋଇନ୍‌ଙ୍କର ବ୍ୟକ୍ତିଗତ ଜୀବନ ଅସଜଡା ହୋଇଥିଲେ ବି ସେ ବିଶ୍ୱର ସବୁଠାରୁ ସୁନ୍ଦର ମହିଳାର ମାନ୍ୟତା ପାଇଛନ୍ତି । ବିଜ୍ଞାନର ଏକ ସ୍ୱତନ୍ତ୍ର ମାନକ ପ୍ରକ୍ରିୟାରେ ଜଣାପଡ଼ିଛି ଯେ

ଆମ୍ବର ହର୍ଡ ସବୁଠାରୁ ସୁନ୍ଦର ମହିଳା । ତାଙ୍କର ମୁହଁ ଖୁବ୍‌ ସୁଗଠିତ । ଏହି ପ୍ରକ୍ରିୟାରେ ତାଙ୍କ ମୁହଁର ବିଭିନ୍ନ ଦିଗକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି । ଯଥା ତାଙ୍କ ଆଖି ଓ ଆଖି ଦ୍ୱୟ ମଧ୍ୟରେ ଥିବା ଦୂରତ୍ୱ, ଓଠ, ମୁହଁର ଆକାର ଆଦିକୁ ଭଲଭାବେ ପରୀକ୍ଷା ଓ ବିଶ୍ଲେଷଣ କରାଯାଇଛି । ଏଥିରେ ଜଣାପଡ଼ୁଛି ଯେ ଆମ୍ବରଙ୍କ ମୁହଁ ଗ୍ରୀକ୍‌ ଗୋଲ ରେସିଓ ଅଫ୍‌ ବ୍ୟୁଟି ଫିର ଅତି ନିକଟତର । ଯାହାର ରେସିଓ ୧.୬୧୮ ରହିଛି । ପୂର୍ବରୁ ୨୦୧୬ରେ ଆମ୍ବରଙ୍କ ଫଟୋରେ ତାଙ୍କ ମୁହଁର ପରୀକ୍ଷଣ କରାଯାଇଥିଲା । ହାର୍ଲେ ଷ୍ଟ୍ରିଟ୍ର ଡ. ଜୁଲିଆନ ଡି ସିଲଘା ଏହି ପରୀକ୍ଷଣ କରିଥିଲେ । ତାଙ୍କ ମୁହଁର ବିଶେଷତ୍ୱ ୯୧.୮୫%ର ନିକଟତର ଥିଲା ।

ଏନେଇ ସିଲଘା ଏକ ପତ୍ରିକାକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ନୂଆ କମ୍ପ୍ୟୁଟର ମ୍ୟାପିଂ ସିଷ୍ଟମ ସ୍ଥାପନା ହେବା ପରେ ଏହା ମୁହଁର କି ମାର୍କର ପଏଣ୍ଟ ପାଇଁ ଏଲଗୋରିଦମର ବ୍ୟବହାର କରୁଥିଲା । ତେଣୁ ଏହାର ସଠିକ ପରୀକ୍ଷଣ କରିବା ପାଇଁ ସେ ବିଶ୍ୱର କିଛି ସୁନ୍ଦରୀ ମହିଳାଙ୍କ ଚେହେରାଙ୍କୁ ପରୀକ୍ଷଣ ସ୍ୱରୁପ ବ୍ୟବହାର କରିଥିଲେ । ଏହି ଗବେଷଣାରେ ଆମ୍ବର ହର୍ଡଙ୍କର ସୁନ୍ଦର ମୁହଁ ଥିବା ବେଳେ ଆମେରିକୀୟ ହିରୋଇନ ସ୍କାର୍ଲେଟ୍ଟ ଜୋନାସନଙ୍କର ସୁନ୍ଦର ଆଖି, ଇମ୍ଲୀ ରାତାଜକୋସ୍କିଙ୍କ ସୁନ୍ଦର ଓଠ, କିମ କାର୍ଦଶିଆନଙ୍କର ସୁନ୍ଦର ଭ୍ରୁଲତା, ଏବଂ ଗାୟିକା ସେଲିନା ଗୋମେଜଙ୍କର ପାଦ ରହିଛି । ତେବେ ଆମ ବିଜ୍ଞାନ ବର୍ତ୍ତମାନ ଏତେ ଆଗକୁ ବଢିଗଲାଣି ଯେ ମଣିଷର ସୌନ୍ଦର୍ଯ୍ୟକୁ ମଧ୍ୟ ମପାଯାଇପାରିବ ।https://thetopmost.in/TOPMOST%20UPDATE/lakme-fashion-week/

https://thetopmost.in/do-you-want-to-loose-your-weight-follow-this-baby-food-diet/