ଜମ୍ମୁ-କାଶ୍ମୀରରେ କମୁଛି ଆତଙ୍କବାଦୀଙ୍କ ଅନୁପ୍ରବେଶ । ଗତ କିଛି ଦିନ ହେବ ଜମ୍ମୁ-କାଶ୍ମୀରରେ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଗତ ଦୁଇଦିନ ଭିତରେ ଜମ୍ମୁ-କାଶ୍ମୀରରେ ଆତଙ୍କୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଆତଙ୍କବାଦୀ ନିପାତ ହୋଇଛନ୍ତି । ରିପୋର୍ଟ ଅନୁସାରେ, ଜୁନ୍ ଏବଂ ଜୁଲାଇ ମାସରେ ସବୁଠୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଜୁନ୍ ୧ତାରିଖରୁ ୨୦ତାରିଖ ମଧ୍ୟରେ ୨୧ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସେନା ଯବାନ । ସେହିପରି ଜାନୁଆରୀରୁ ମେ’ ମାସ ମଧ୍ୟରେ ୧୪ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଯଦି ଚଳିତ ବର୍ଷ ଜାନୁଆରୀରୁ ଜୁଲାଇ ୨୦ ତାରିଖ ଏବଂ ଗତବର୍ଷ ଜାନୁଆରୀରୁ ଜୁଲାଇ ମାସ ୨୦ ତାରିଖ ଯାଏଁ ଆକଳନ କରାଯାଏ ତେବେ ନିପାତ ଆତଙ୍କବାଦୀଙ୍କ ସଂଖ୍ୟା ୭୩ପ୍ରତିଶତ କମିଥିବା ଜଣାପଡିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ