ଦୀର୍ଘ ୯ ଦିନର ବ୍ୟବଧାନ ପରେ ରାଜଧାନୀରେ ବଦଳିଲା ପାଣିପାଗ । ତେବେ ଛତିଶଗଡ଼ ମୁହାଁ ଅବପାତ ହୋଇଥିବାରୁ ଏବେ ବର୍ଷାର ପ୍ରଭାବ କମିଛି । ଏହାସହ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ଯୋଗୁ ପବନର ବେଗ ବୃଦ୍ଧି ପାଇଛି । ଘଣ୍ଟାପ୍ରତି ବେଗ ୨୫ ରୁ ୩୦ କିମି ଯାଏଁ ରହୁଛି । ଅବପାତ ଘଣ୍ଟା ପ୍ରତି ୩୪ କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି, ବର୍ତ୍ତମାନ ଉତ୍ତର-ଆଭ୍ୟନ୍ତରୀଣ ଓଡିଶା, ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଏବଂ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଝାରସୁଗୁଡା ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ପାଖା ପାଖି ୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୧୨ ଘଣ୍ଟା ଯାଏଁ ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି