ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ ପରେ ଫିଟିବ କି ସମାଧାନର ବାଟ । ଏନେଇ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ । ଫାଇଭ୍-ଟି ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଆଲୋଚନା ହେବ । ସେପଟେ ଆଜି ଆଲୋଚନାରେ ଦାବି ପୂରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ ମହାସଂଘ ଚେତାବନୀ ଦେଇଛି । ସବୁ ଅଫିସରେ ତାଲା ପଡ଼ିବ ବୋଲି ମଧ୍ୟ ସଂଘ ଚେତାବନୀ ଦେଇଛି । ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି । ଗତକାଲି ରାଜ୍ୟର ପ୍ରାୟ ୩୦ ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ, ମାଧ୍ୟମିକ ତଥା କନିଷ୍ଠ ଶିକ୍ଷକ ଲୋୟର ପିଏମଜିରେ ଏକାଠି ହୋଇଥିଲେ । ପ୍ରବଳ ବର୍ଷା ଲାଗି ରହିଥିଲେ ମଧ୍ୟ ଏହାକୁ ଖାତିର ନକରି ଆନ୍ଦୋଳନ କରିଥିଲେ । ଆନ୍ଦୋଳନରେ କର୍ମଚାରୀଙ୍କ ସଂଖ୍ୟା ବଢୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆଲୋଚନା ପାଇଁ ଡାକରା ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଓଏସଡି ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା