The Topmost

“The eyes believe themselves, the ears believe other people.”

ଚୀନରେ ‘ଜୁନୋଟିକ ଲଙ୍ଗ୍ୟା’ ଆତଙ୍କ

ଚୀନରେ ଆତଙ୍କ ଖେଳାଇଛି ନୂଆ ଭାଇରସ ‘ଜୁନୋଟିକ ଲଙ୍ଗ୍ୟା’ । ଏହି ଭାଇରସ୍ ଏବେ ଚୀନରେ ବ୍ୟାପିବାରେ ଲାଗିଛି । ଜୁନୋଟିକ ଲଙ୍ଗ୍ୟା’ ଭାଇରସରେ ଆକ୍ରାନ୍ତ ୩୫ଜଣଙ୍କୁ ଚିହ୍ନଟ କରାଯାଇଛି । ଚୀନର ସାନଡଙ୍ଗ ଓ ହେନାନ ପ୍ରାନ୍ତରେ ଲୋକଙ୍କ ଭିତରେ ଏହି ଭୂତାଣୁ ସଂକ୍ରମଣ ହୋଇଥିବା ଜଣାପଡିଛି । ତାଇୱାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏବଂ ଚୀନରେ ଏହି ଭୂତାଣୁ ସଂକ୍ରମଣ ବ୍ୟାପୁଥିବା କୁହାଯାଇଛି । ତେବେ ଏନେଇ ଅଧିକ ତଥ୍ୟ ହାସଲ କରିବା ପାଇଁ ନ୍ୟୁକ୍ଲିକ ଏସିଡ ପରୀକ୍ଷଣ କରାଯିବ ବୋଲି ତାଇୱାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ପକ୍ଷରୁ କୁହାଯାଇ ଥିବାବେଳେ ଭୂତାଣୁ ଓ ଏହାର ସଂକ୍ରମଣ ଉପରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପରୀକ୍ଷଣ କରାଯିବ । ତେବେ ଏହା ପଶୁଙ୍କ ଠାରୁ ମଣିଷଙ୍କୁ ବ୍ୟାପିଥାଇପାରେ । ତେବେ ମଣିଷ ଠାରୁ ମଣିଷକୁ ବ୍ୟାପିବା ନେଇ କୌଣସି ସୂଚନା ମିଳିନାହିଁ । ଏନେଇ ଅଧିକ ତଥ୍ୟ ହାସଲ କରାଯାଉଥିବା ତାଇୱାନ ସିଡିସି ପକ୍ଷରୁ କୁହାଯାଇଛି ।

SHARE BY