The Topmost

“The eyes believe themselves, the ears believe other people.”

ଚିଲିକାରେ ୭୪ ହଜାରରୁ ଉର୍ଦ୍ଧ୍ବ ବିଦେଶୀ ପକ୍ଷୀ

ଶୀତ ଆସିଲେ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଥାଏ।  ଚିଲିକାରେ ଏବେ ବିଦେଶୀ ଅତିଥିଙ୍କର ଭିଡ଼ ଦେଖିବାକୁ ମିଳିଛି। ଶୀତ ଆରମ୍ଭ ହେଉଣୁ ଚିଲିକାକୁ ଆସିଲେଣି ୭୭ ପ୍ରଜାତିର ୭୪ ହଜାର ୩୨୨ ବିଦେଶୀ ପକ୍ଷୀ । ନଳବଣରେ ଅଛନ୍ତି ୭୭ ପ୍ରଜାତିର ୩୦ ହଜାର ୨୧୨ ପକ୍ଷୀ । ସେଥି ମଧ୍ୟରୁ ୟୁରୋସିଆନ ଓଏଜିନ ୧୬ ହଜାର, ଗଡ଼ୱାଲ ୧୨ ହଜାର, ପିନଟେଲ ୧୦ ହଜାର, ଶୋଭଲର ୬ ହଜାର, କମନ କୁଟ ୧୦ ହଜାର, ଗ୍ରେଟ ଫ୍ଲେମିଙ୍ଗ ଗୋ ୧୬୦ ଗୋଟି, ରୁଡି ସେଲଡ଼କ ୭୦୦ ଓ ଆଇବିଶ ପ୍ରଜାତିର ୨ ହଜାର ବିଦେଶୀ ପକ୍ଷୀ ଥିବା ସୂଚନା ଦେଇଛନ୍ତି ବାଲୁଗାଁ ବନ୍ୟ ପ୍ରାଣୀ ବନଖଣ୍ଡ DFO ଅମ୍ଲାନ ନାୟକ।ପକ୍ଷୀ ସୁରକ୍ଷା ପାଇଁ ୨୧ଟି ପକ୍ଷୀ ସୁରକ୍ଷା ଶିବିର ସହ ୪ ଘଣ୍ଟିଆ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି। ଏହା ସହ ମଙ୍ଗଳା ଯୋଡ଼ିରେ ବିଦେଶୀ ପକ୍ଷୀ ମାନଙ୍କର ଭିଡ଼ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ବନ୍ୟ ପ୍ରାଣୀ ବିଶାରଦ ମଧୁ ବେହେରା ।