ଗୁରୁତର ଅସୁସ୍ଥ ଅଭିନେତା ପିଣ୍ଟୁ ନନ୍ଦ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଛନ୍ତି । ଗୁରୁତର ଯକୃତ ଜନିତ ସମସ୍ୟାରେ ପୀଡିତ ଅଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଦିଲ୍ଲୀର ଆଇଏଲବିଏସ୍ ହସ୍ପିଟାଲରେ ପିଣ୍ଟୁଙ୍କ ଚିକିତ୍ସା କରାଯିବ । ସେଠାରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବ ବୋଲି ଜଣାପଡ଼ିଛି । ତାଙ୍କ ଜଣେ ବନ୍ଧୁ ନିଜର ଲିଭର ଦାନ କରିବାକୁ ଯୋଜନା କରାଯାଇଛି । ଯକୃତ ପ୍ରତିରୋପଣ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଯକୃତ ପ୍ରତିରୋପଣ ପରେ ତାଙ୍କୁ ପାଖାପାଖି ୩ ମାସ ପର୍ଯ୍ୟନ୍ତ ଚିକିତ୍ସାଧୀନ ରଖାଯିବ । ପିଣ୍ଟୁଙ୍କ ଆଶୁ ଆରୋଗ୍ୟ କାମନା କରିଛି ପୁରା ଓଲିଉଡ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା