ଅପରେସନ ଲୋକେଶ ସଫଳ ହୋଇଥିଲା ସତ, କିନ୍ତୁ ଚାଲିଗଲା ଲୋକେଶର ଜୀବନ । ବୋରୱେଲରେ ପଡି ଚାଲିଗଲା ଆଉ ଏକ କୋମଳମତି ଶିଶୁର ଜୀବନ । ମଧ୍ୟପ୍ରଦେଶ ବିଦିଶା ଅଞ୍ଚଳର ୮ ବର୍ଷୀୟ ବାଳକ ଲୋକେଶ ଖେଳୁଥିବାବେଳେ ୬୦ ଫୁଟ୍ର ଗଭୀର ବୋରୱେଲ୍ ଭିତରେ ପଡିଯାଇଥିଲା । ଖବର ମିଳିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମରେ ନିୟୋଜିତ ହୋଇଥିଲେ । ପ୍ରାୟ ୨୪ ଘଣ୍ଟାର ଅପରେସନ୍ ପରେ ଲୋକେଶକୁ ଉଦ୍ଧାର କରିଥିଲା ଟିମ୍ । ମାତ୍ର ସେତେବେଳକୁ ତାର ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଛନ୍ତି । ଲୋକେଶର ମୃତ୍ୟୁ ନେଇ ବିଦିଶା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଲୋକେଶଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଷନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ