‘ଜମି ବଦଳରେ ଚାକିରି’ ଘୋଟାଲା ମାମଲା । ଘଟଣାକୁ ନେଇ ବଢିବାରେ ଲାଗିଛି ତେଜସ୍ୱୀ ଯାଦବଙ୍କ ଅଡୁଆ । ଗତକାଲି ଇଡି ରେଡ୍ ପରେ ଏବେ ଏହି ମାମଲାରେ ସିବିଆଇ ବିହାରର ଉପ-ମୁଖ୍ୟମନ୍ତ୍ରୀଙ୍କୁ ସମନ୍ କରିଛି । ତେବେ ଏହା ପୂର୍ବରୁ ମଧ୍ୟ ତେଜସ୍ୱୀ ଯାଦବଙ୍କୁ ସିବିଆଇ ସମନ୍ କରିଥିଲା । ଗତ ଫେବ୍ରୁଆରୀ ମାସ ୪ ତାରିଖରେ ତେଜସ୍ୱୀଙ୍କୁ ସମନ୍ କରିଥିଲା ସିବିଆଇ । ହେଲେ ସେତେବେଳେ ତେଜସ୍ୱୀ ସିବିଆଇ ନିକଟରେ ହାଜର ହୋଇନଥିଲେ । ଶୁକ୍ରବାର ‘ଲ୍ୟାଣ୍ଡ୍ ଫର ଜବ୍’ ସ୍କାମ ମାମଲାରେ ଇଡି ଦିଲ୍ଲୀ ସହିତ ପାଟଣାରେ ଛାପା ମାରିଥିଲା । ୧୫ ଜାଗାରେ ଇଡି ପକ୍ଷରୁ ରେଡ୍ ହେବା ସହିତ ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରିଥିଲା । ଏହି ଚଢାଉ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ଘରେ ହେବା ସହିତ ରାଷ୍ଟ୍ରୀୟ ଜନତା ଦଳର ନେତାଙ୍କ ଘରେ ବି ହେଇଥିଲା ।
More Stories
ଚିକେନ୍ ନୁହେଁ ସ୍ତ୍ରୀର ମାଂସକୁ ସିଝାଇଲେ କୁକୁରରେ
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା