ଚଳିତ ବର୍ଷ ଜମ୍ମୁ ଓ କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ନାହିଁ । ନିର୍ବାଚନ କମିସନ୍ ଅକ୍ଟୋବର ୩୧ ପରିବର୍ତ୍ତେ ଚୂଡ଼ାନ୍ତ ‘ଇଲେକ୍ଟୋରାଲ୍ ରୋଲ୍’ ପ୍ରକାଶନ ନଭେମ୍ବର ୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବାରୁ ଚଳିତ ବର୍ଷ ଜମ୍ମୁ ଓ କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରିବ ନାହିଁ । ତେବେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ଥିଲା ସେଠାରେ ହେବାକୁ ଥିବା ପ୍ରଥମ ବିଧାନସଭା ନିର୍ବାଚନ । ନିର୍ବାଚନ କମିସନ୍ ଅକ୍ଟୋବର ୩୧ରେ ଜମ୍ମୁ ଓ କଶ୍ମୀରର ଚୂଡ଼ାନ୍ତ ‘ଇଲେକ୍ଟୋରାଲ୍ ରୋଲ୍’ ପ୍ରକାଶ କରିବେ ବୋଲି ଆଗରୁ ଘୋଷଣା କରାଯାଇଥିଲା । କିନ୍ତୁ, ‘ସ୍ପେସାଲ୍ ସମରି ରିଭିଜନ୍ ଇନ୍ ଦି ୟୁନିୟନ ଟେରିଟରି’ର ସଂଶୋଧିତ ସମୟସୂଚୀ ଅନୁସାରେ, ୨୦୨୨ ସେପ୍ଟେମ୍ବର ୧୫ରେ ଡ୍ରାଫ୍ଟ୍ ରୋଲ୍ ପ୍ରକାଶ ପାଇବ ଏବଂ ନଭେମ୍ବର ୨୫ ସୁଦ୍ଧା ଚୂଡ଼ାନ୍ତ ‘ଇଲେକ୍ଟୋରାଲ୍ ରୋଲ୍’ ପ୍ରକାଶ ପାଇବ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ