ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ପୁଣି ଅଘଟଣ । ଚନ୍ଦ୍ରବାବୁଙ୍କ ସଭାରେ ଦଳାଚକଟା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି । ୪ ଦିନ ମଧ୍ୟରେ ଚନ୍ଦ୍ରବାବୁଙ୍କ କାର୍ଯ୍ୟକ୍ରମରେ ଏହା ହେଉଛି ଦ୍ୱିତୀୟ ଘଟଣା । ନୂଆ ବର୍ଷରେ ନାଇଡୁଙ୍କର ଏକ ବିଶାଳ ସମାବେଶର ଆୟୋଜନ ହୋଇଥିଲା । ତେବେ ଦଳାଚକଟା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକେ ଆହତ ହୋଇଛନ୍ତି । ୪ ଦିନ ପୂର୍ବେ କନ୍ଦୁକୁରରେ ତାଙ୍କ ରୋଡ୍ ଶୋ’ ବେଳେ ଦଳାଚକଟା ହୋଇଥିଲା । ବହୁ ଲୋକ ଏକ ଡ୍ରେନ୍କୁ ଖସିପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିଲେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ