ଜଙ୍ଗଲ ଓ ପଶୁ ପକ୍ଷୀଙ୍କୁ ଭଲ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆରମ୍ଭ ହେଲା ଚନ୍ଦକା ନାଇଟ ସଫାରୀ । ଏଣିକି ରାତିରେ ଲୋକମାନେ ଜଙ୍ଗଲ ସଫାରୀର ମଜା ନେଇପାରିବେ । ରାତିରେ ବୁଲିପାରିବେ ଚନ୍ଦକା ଡମପଡା ଅଭୟାରଣ୍ୟ । ସେଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ଦୁଇଟି ସିଫ୍ଟରେ ଅଭୟାରଣ୍ୟ ଭିତରକୁ ଯାଇ ଜଙ୍ଗଲୀ ଜୀବ, ଜନ୍ତୁଙ୍କୁ ଦେଖିବା ସହ ଘଂଚ ଜଙ୍ଗଲରେ ସମୟ କାଟିପାରିବେ । ସୋମବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ କାଟି ଲୋକମାନେ ଏହି ନାଇଟ ସଫାରୀର ମଜା ନେଇପାରିବେ । ରାଜଧାନୀର ବିଭିନ୍ନ ସ୍କୁଲ ପିଲାଙ୍କୁ ସ୍ୱତନ୍ତ୍ର ଗାଡି ଯୋଗେ ଘଂଚ ଜଙ୍ଗଲ ବୁଲାଯାଇଛି । ପିଲାମାନେ ମଧ୍ୟ ଜଙ୍ଗଲ ସଫାରୀ ବୁଲି ବେଶି ଖୁସି ହୋଇଛନ୍ତି । ଚନ୍ଦକା ଡମପଡା ଅଭୟାରଣ୍ୟ ମଧ୍ୟରେ ବୁଲି ଜଙ୍ଗଲି ହାତୀ, ହରିଣ, ଠେକୁଆ, କୋକିଶିଆଳି, ଶିଆଳ, ବାରହା, କୁଟ୍ରା ଆଦି ଜନ୍ତୁଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ରହିଛି । ତାକୁ ଆଖି ଆଗରେ ରଖି ଏଭଳି ବ୍ୟବସ୍ଥା କରାଯାଇଥିବା ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା