- () ବାଂଲାଦେଶ ଚଟଗାଓଁରେ ବଡ ଧରଣର ଦୁର୍ଘଟଣା । ଏଠାକାର ସୀତାକୁଣ୍ଡ ଉପଜିଲ୍ଲା ଏକ ଘରୋଇ ଇନଲ୍ୟାଣ୍ଡ କଣ୍ଟେନର ଡିପୋରେ ବିସ୍ଫୋରଣ ଘଟି ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ପ୍ରାୟ ୨୦ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୪୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଚଟଗାଓଁ ମେଡିକାଲ କଲେଜର ଉପନିର୍ଦ୍ଦେଶକଙ୍କ କହିବା ମୁତାବକ, ସକାଳ ସାଢେ ୧୦ଟା ସୁଦ୍ଧା ୨୦ଜଣଙ୍କ ମୃତ୍ୟୁ ହୋଇସାରିଛି । ନିଆଁରେ ସେମାନଙ୍କ ଶରୀର ଗୁରୁତର ଭାବେ ପୋଡିଯାଇଥିଲା । ଏଥିରେ ୪୫୦ରୁ ଅଧିକ କର୍ମୀ ଆହତ ହୋଇଛନ୍ତି ଯେଉଁଥିରୁ ୩୫୦ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଇନଟେନ୍ସିଭ କେୟାରରେ ରଖାଯାଇ ଥିବାବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏହି ଦୁର୍ଘଟଣା ଡିପୋରେ କେମିକାଲ ଯୋଗୁଁ ହୋଇଥିବା ପୋଲିସ ସୂଚନା ଦେଇଛି । କଣ୍ଟେନର ଗୁଡିକରେ କେମିକାଲ ଭର୍ତ୍ତି କରି ରଖାଯାଇଥିବାରୁ ନିଆଁ ଗୋଟିଏ କଣ୍ଟେନରରୁ ଆଉ ଗୋଟେ କଣ୍ଟେନରୁ ବ୍ୟାପିଯାଇଥିଲା । ଫଳରେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥିଲା ।https://thetopmost.in/kalas-is-a-good-luck-for-every-work/
- https://thetopmost.in/vienas-people-give-tribute-to-ukraine-mass-who-died-in-war/
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ