ନୟାଗଡ ସୁନାଲଟି ନିକଟରେ ଅଭାବନୀୟ ଘଟଣା । ଗ୍ୟାସ ପାଇପ ନିର୍ମାଣ ବେଳେ କଂପ୍ରେସର ଫାଟି ବିସ୍ଫୋରଣ । ଘଟଣାରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ନୟାଗଡ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଘଟିଛି ଏହି ଅଘଟଣ । ଗେଲ ଇଣ୍ଡିଆ ପକ୍ଷରୁ ସୁନାଲଟି ଗାଁରେ ଗ୍ୟାସ ପାଇପ ନିର୍ମାଣ ଚାଲିଥିଲା । ଶନିବାର କମ୍ପ୍ରେସର ଯୋଗେ ଏସବୁକୁ ସଫା କରାଯାଉଥିଲା । ଅଚାନକ କଂପ୍ରେସର ବିସ୍ଫୋରଣ ହେବାରୁ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲା ବେଳେ ୩ ଜଣ ଶ୍ରମିକ ବାହାରେ ଛିଟିକି ପଡିଥିଲେ । ତୁରନ୍ତ ସମସ୍ତଙ୍କୁ ମେଡିକାଲ ଅଣାଯାଇଥିଲା ବେଳେ ଡାକ୍ତର ଦୁଇ ଶ୍ରମିକଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦୁଇ ଜଣ ମହାରାଷ୍ଟ୍ରର ସୋନୁ ଓ ବିଜୟ ଗାଙ୍ଗୁଲି । ତିନି ଗୁରୁତର ଆହତ ଉତରପ୍ରଦେଶର ହୋଇଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍