The Topmost

“The eyes believe themselves, the ears believe other people.”

tyt

ଗ୍ଲୋବସ ଦେବ ହାତର ଅନୁଭୂତି

ଆଜିକାଲି ଦୈନନ୍ଦିନ ଜୀବନ ଠାରୁ ଆରମ୍ଭ କରି ବାହାରର କାମ ସବୁଥିରେ ରୋବଟର ସମ୍ପୃକ୍ତି ଧୀରେଧୀରେ ବଢିବାରେ ଲାଗିଛି । ଏହା ବିଭିନ୍ନ କାମରେ ମଣିଷକୁ ସାହାଯ୍ୟ କରୁଛି । ସେହିକ୍ରମରେ ଏମ୍‌ଆଇଟିର ବୈଜ୍ଞାନିକ ମାନେ ଏକ ରୋବୋଟିକ୍‌ ଗ୍ଲୋବସ୍‌ ବାହାର କରିଛନ୍ତି, ଯାହା ଆଗକୁ ବିଭିନ୍ନ କାମରେ ସାହାଯ୍ୟ କରିବ । ଅତ୍ୟାଧୁନିକ ଜ୍ଞାନକୌଶଳରରେ ନିର୍ମାଣ ହୋଇଥିବା ଏହି ଗ୍ଲୋବସର ରସାୟନିକ ଗୁଣ ଗୋଟିଏ ଜୀବନ୍ତ କୋଷ ସହ ମେଳ ଖାଉଛି । ଏହାର କାର୍ଯ୍ୟ ମଧ୍ୟ କିଛିଟା ଅବିକଳ ମଣିଷ କାର୍ଯ୍ୟଭଳି । ଏହି ଗ୍ଲାବସ ବ୍ୟବହାର କରାଯାଇ ବିଭିନ୍ନ ବସ୍ତୁକୁ ଧରିହେବ । ଏହାର ଫଙ୍କସନ୍‌ ସେନସର ଉପରେ ନିର୍ଭର କରୁଛି । ଯେଉଁବ୍ୟକ୍ତି ମାନେ ହାତରେ ଲାଗିଥିବା ବିଭିନ୍ନ ଆଘାତ କାରଣରୁ ସମସ୍ୟା ଭୋଗୁଛନ୍ତି ସେମାନଙ୍କୁ ଏହି ଗ୍ଲୋବସଟି ବିଶେଷ ଭାବରେ ସାହାଯ୍ୟ କରିବ । ସେମାନେ ଏହାକୁ ପିନ୍ଧି ବିଭିନ୍ନ ସାମଗ୍ରୀକୁ ହାତରେ ଧରିବାରେ ସକ୍ଷମ ହୋଇପାରିବେ । ଏହା ଆଗକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ବୋଲି ସେମାନେ ଆକଳନ କରିଛନ୍ତି । ଗ୍ଲୋବସଟି ଅନେକ ଲୋକଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିବ ବୋଲି କମ୍ପାନୀ ପକ୍ଷରୁ ମତ ପ୍ରକାଶ ପାଇଛି ।

https://thetopmost.in/?p=1042

https://thetopmost.in/?p=1327

https://thetopmost.in/?p=1779

SHARE BY