The Topmost

“The eyes believe themselves, the ears believe other people.”

ଗୋଆରେ ଆୟୋଜିତ ହେବ ଏସସିଓ ବୈଠକ

ମେ ମାସରେ ଗୋଆରେ ଆୟୋଜିତ ହେବ ଏସସିଓ ବୈଠକ । ତେଣୁ ଭାରତ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ କରିଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଜରିଆରେ ତାଙ୍କ ପ୍ରତିପକ୍ଷଙ୍କୁ ଏହି ଆମନ୍ତ୍ରଣ ପଠାଇଛନ୍ତି । ଯଦି ପାକିସ୍ତାନ ଭାରତର ନିମନ୍ତ୍ରଣକୁ ଗ୍ରହଣ କରେ ତେବେ ଦୀର୍ଘ ୧୨ ବର୍ଷ ପରେ ପାକିସ୍ତାନର କୌଣସି ସରକାରୀ ଅଧିକାରୀ ଭାରତ ଗସ୍ତରେ ଆସିବେ । ଅନ୍ତିମ ଥର ପାଇଁ ୟୁପିଏ ସରକାର ବେଳେ ୨୦୧୧ରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହିନା ରବିନା ଖାନ୍ ଭାରତ ଗସ୍ତରେ ଆସିଥିଲେ । ତେଣୁ ଏବେ ଯଦି ଭୁଟୋ ଭାରତ ଗସ୍ତରେ ଆସିବେ ତାହେଲେ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କରେ ଗୋଟିଏ ବଡ ପରିବର୍ତନ ଆସିବ ।