The Topmost

“The eyes believe themselves, the ears believe other people.”

ଗୋଟିଏ ଦିନରେ ହେବ ୩ଟି ସୂର୍ଯ୍ୟ ପରାଗ

ଚଳିତବର୍ଷ ଗୋଟିଏ ଦିନରେ ହେବ ୩ଟି ସୂର୍ଯ୍ୟ ପରାଗ । ଏପ୍ରିଲ ୨୦ରେ ହେବାକୁ ଥିବା ପରାଗ ଗୋଟିଏ ନୁହେଁ ୩ଟି ହେବାକୁ ଯାଉଛି । ଏହି ପରାଗକୁ ବୈଜ୍ଞାନିକମାନେ ହାଇବ୍ରିଡ ସୂର୍ଯ୍ୟ ପରାଗ ବୋଲି କହୁଛନ୍ତି । ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲରେ ଦେଖାଯିବ । ଏହି ପରାଗ ସକାଳ ୭.୮ରୁ ଆରମ୍ଭ ହେଇ ଦିନ ୧୨ଟା ୨୯ରେ ସରିବ । ଏହି ପରାଗର ଅବଧି ୫ ଘଣ୍ଟା ୨୪ ମିନିଟ ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ପୂର୍ବରୁ ରାଶି ପରିବର୍ତ୍ତନ କରିବେ । କିନ୍ତୁ ଏହି ପରାଗ ଭାରତରେ ଦୃଶ୍ୟମାନ ହେବନାହିଁ । ଚଳିତ ଥର ସୂର୍ଯ୍ୟ ପରାଗ ୩ଟି ହେଉଥିବାରୁ ସୂର୍ଯ୍ୟ ମଧ୍ୟ ୩ ପ୍ରକାର ଦେଖାଯିବେ । ଆଂଶିକ ପରାଗ, ପୂର୍ଣ୍ଣ ପରାଗ ଏବଂ କୁଣ୍ଡଳାକାର ପରାଗ । ଆଂଶିକ ସୂର୍ଯ୍ୟ ପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କ ଛୋଟ ଅଂଶକୁ ପ୍ରଭାବିତ କରିବ । ଏହାକୁ କୁହାଯିବ ଆଂଶିକ ପରାଗ । କୁଣ୍ଡଳାକାର ସୂର୍ଯ୍ୟ ପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କ ମଝିରେ ରହି ସୂର୍ଯ୍ୟଙ୍କ କିରଣକୁ ରୋକିଥାଏ । ଏହି ପରାଗରେ ସୂର୍ଯ୍ୟଙ୍କ ଚାରିପାଖରେ କୁଣ୍ଡଳ ବା ରିଙ୍ଗ ଦୃଶ୍ୟମାନ ହୁଏ । ଏହାକୁ କୁଣ୍ଡଳାକାର ସୂର୍ଯ୍ୟ ପରାଗ ବୋଲି କୁହାଯାଏ