ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଚିଠି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଲା କଂଗ୍ରେସ । କଂଗ୍ରେସ ସାଧାରଣ ସମ୍ପାଦକ କେ. ସି ବେଣୁଗୋପାଳ ଭାରତ ଯୋଡୋ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ନିଶ୍ଚିତ କରାଇବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ଚିଠିରେ ସେ ଲେଖିଛନ୍ତି ଭାରତଯୋଡ ଯାତ୍ରା ବେଳେ ସୁରକ୍ଷାକୁ ନେଇ ଅନେକ ତ୍ରୁଟି ଦେଖାଦେଇଛି । ପୂର୍ବରୁ ଏନେଇ ଅନେକ ଥର କୁହାଯାଇଥିଲେ ବି ଏହାର ସମାଧାନ ହୋଇପାରିନାହିଁ । ଏବେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜରିଆରେ ଦିଲ୍ଲୀରେ ପହଂଚିଛି । ରାଜଧାନୀରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦିଲ୍ଲୀ ପୋଲିସ ଭିଡକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ରାହୁଲ ଗାନ୍ଧୀ ‘ଜେଡ୍ ପ୍ଲସ’ ସୁରକ୍ଷା ପାଇଛନ୍ତି । ହେଲେ ତାଙ୍କ ଚାରିପାଖରେ ପୋଲିସ ଆବଶ୍ୟକୀୟ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ