ଦୀପାବଳିରେ ପୁରୀରେ ଅଘଟଣ । ଚନ୍ଦନପୁର ଥାନା ଥେଣ୍ଟପୁର ଭାର୍ଗବୀ ହାଇସ୍କୁଲ ନିକଟରେ ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ପୁରୀ ସଦର ହସ୍ପିଟାଲରେ ଚିକିତ୍ସା କରାଯାଇଛି । ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଶଙ୍କର ବେହେରା । ଆହତ ଜଣଙ୍କ ହେଉଛନ୍ତି ନିଲୁ ବେହେରା । ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ସେପଟେ ଦୁର୍ବୃତ୍ତମାନେ ଗୁଳିମାଡ କରି ଫେରାର ହୋଇଯାଇଥିବା ବେଳେ ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ ହୋଇଛି । ଏନେଇ ପୁଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣା ତଦନ୍ତ ଚଳାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା