ମୋଦି ସରନେମ ମାମଲା । ରାହୁଲ ଗାନ୍ଧିଙ୍କୁ ଗୁଜରାଟ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି । ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ଏଥିସହିତ ହିଁ ନିମ୍ନ କୋର୍ଟଙ୍କ ପକ୍ଷରୁ ମିଳିଥିବା ଦୁଇବର୍ଷ ଜେଲଦଣ୍ଡାଦେଶ ବିରୋଧରେ ଆବେଦନ ଉପରେ ନିଜର ଫୈସଲା ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ରାହୁଲ ଗାନ୍ଧି ୨୦୧୯ର ସାଧାରଣ ନିର୍ବାଚନ ସମୟରେ ସମସ୍ତ ଚୋରଙ୍କ ସରନେମ ମୋଦି କାହିଁ କି ରହିଛି, ଭଳି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପକ୍ଷରୁ ମାନହାନି ମାମଲାରେ ରୁଜୁ ପୁନଃବିଚାର ଆବେଦନ ଉପରେ ମଙ୍ଗଳବାର ଗୁଜରାଟ ହାଇକୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ତାଙ୍କୁ ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ମନା କରି ଦୋଷସିଦ୍ଧି ଉପରେ ରୋକ୍ ଲଗାଇବାର ତାଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି । କୋର୍ଟ କହିଛନ୍ତି ମାମଲାର ଅନ୍ତିମ ଶୁଣାଣି ସମାପ୍ତ ହେବା ପରେ ହିଁ ଅନ୍ତିମ ଫୈସଲା ଦେବା ଉଚିତ ହେବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍