ନିଶାର ପେଣ୍ଠସ୍ଥଳୀ ପାଲଟିଛି ଗୁଜରାଟର ମୁନ୍ଦ୍ରା ବନ୍ଦର । ଗୌତମ ଆଦାନୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏହି ବନ୍ଦର ଏବେ ନିଶା କାରବାର ପାଇଁ ବଦନାମ ହୋଇସାରିଛି । ଏହି ବନ୍ଦରରୁ କିଛିଦିନ ତଳେ ୨୧ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା । ଏବେ ପୁଣି ସେଠାରୁ କୋଟି କୋଟି ଟଙ୍କାର ଇ- ସିଗାରେଟ ମଧ୍ୟ ଜବତ ହୋଇଛି । ଗତବର୍ଷ ସେପ୍ଟେମ୍ବର ମାସରେ ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା । ଏହି ମାମଲାରେ ଏନଆଇଏ ଟିମ୍ ଏପର୍ଯ୍ୟନ୍ତ ୨୪ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ତାଲିବାନୀ ନିଶା କାରବାରୀଙ୍କ ସଂପୃକ୍ତ ଥିବା କଥା ଏନଆଇଏ କହିଛି । ତେବେ କେବଳ ଡ୍ରଗ୍ସ କାହିଁକି, ଏବେ ମୁନ୍ଦ୍ରା ବନ୍ଦରରୁ ୧୭ କୋଟି ଟଙ୍କାର ଇ- ସିଗାରେଟ୍ ମଧ୍ୟ ଜବତ କରାଯାଇଛି । ସେପଟେ ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ନିଶାମୁକ୍ତ ଗୁଜରାଟକୁ ସରକାର ନିଶାର ପେଣ୍ଠସ୍ଥଳୀ କରିଦେଇଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ