The Topmost

“The eyes believe themselves, the ears believe other people.”

ଗିରଫ ହେଲେ ମନୀଷ କଶ୍ୟପ

ୟୁଟ୍ୟୁବର ମନୀଷ କଶ୍ୟପଙ୍କ ପାଇଁ ପୁଣି ଅଡୁଆ ବଢିଛି । ମନୀଷ ବିହାର ପୋଲିସ ନିକଟରେ ଅତ୍ମସମର୍ପଣ କରିଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏହାପରେ ଏବେ ତାମିଲନାଡୁ ପୋଲିସର ଏକ ୪ଜଣିଆ ଟିମ୍ ମନୀଷଙ୍କୁ ଗିରଫ କରିବାକୁ ପାଟନାରେ ପହଂଚିଛି । କୁହାଯାଉଛି କି ଗିରଫ କରିବା ପରେ ତାଙ୍କୁ ତାମିଲନାଡୁ ପୋଲିସ ଦୁଇଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ନେବ । ଏହାସହ ମନୀଷଙ୍କ ନାମରେ ଦକ୍ଷିଣ ରାଜ୍ୟଗୁଡିକରେ ମଧ୍ୟ ଅଭିଯୋଗ ରହିଛି । ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ଉପରେ କଥିତ ଆକ୍ରମଣର ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ମାମଲାରେ ମନୀଷଙ୍କ ନାମରେ ବିହାର ଓ ତାମିଲନାଡୁ ରାଜ୍ୟରେ ଅଭିଯୋଗ ହୋଇଛି । ଏନେଇ ଯାଂଚକର୍ତ୍ତା ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ମନୀଷ ଆର୍ଥିକ ଅପରାଧ ଶାଖାର ଅଧିକାରୀଙ୍କ ନିକଟରେ ହାଜର ହୋଇ ନଥିଲେ । ଏହାପରେ ମନୀଷଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା ।