ଆଶ୍ୱସ୍ତ ହେବେ ରାଜ୍ୟବାସୀ । ଅକ୍ଟୋବରରେ ଯେଉଁଭଳି ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି ତାହା ଏବେ କ୍ରମଶଃ ୨୦ ତାରିଖରୁ କମି ବୋଲି ଜଣାପଡିଛି । ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ଯେ ୨୦ରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିବା ଆରମ୍ଭ କରିବ । ଏଥିସହିତ ରାତିରେ ହାଲ୍କା ଶୀତ ପଡ଼ିବା ଆରମ୍ଭ ହୋଇଯିବ । ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହୋଇପାରେ । ଆରବ ସାଗରରେ ବାତ୍ୟା ଆସିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ । ଏହା ହୁଏତ ଓମାନ ବା କରାଚି ଆଡ଼କୁ ମୁହାଁଇପାରେ । ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରାୟ ସେହି କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋସାଗରରେ ରହି ୨୧ ତାରିଖ ସୁଦ୍ଧା ଲଘୁଚାପ ଓ ୨୨ ତାରିଖ ସୁଦ୍ଧା ଅବପାତ ହେବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା