The Topmost

“The eyes believe themselves, the ears believe other people.”

ଗଣେଶ ପୂଜା ଉପଲକ୍ଷେ ଆସିବ ଜିଓ ଏୟାରଫାଇବର 

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ୪୬ ତମ ଏଜିଏମରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଅନେକ ବଡ଼ ଘୋଷଣା କରିଛନ୍ତି । ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି ଯେ ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟରରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ ସାମିଲ କରାଯାଇଛି । ଏହା ସହିତ ନୀତା ଅମ୍ବାନି ବୋର୍ଡରୁ ଅବସର ନେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ଗଣେଶ ଚତୁର୍ଥୀ ଅର୍ଥାତ୍ ୧୯ ସେପ୍ଟେମ୍ବର ଅବସରରେ ଜିଓ ଏୟାରଫାଇବର ଲଞ୍ଚ ହେବ । ଏହା ଦ୍ବାରା ଗ୍ରାହକମାନେ ବିନା ତାରରେ (ଓ୍ବେୟାରଲେସ୍) ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସର୍ଭିସ୍ ପାଇପାରିବେ । ଏହା ଦ୍ବାରା ଯେଉଁଠାରେ ଫାଇବର ଅପଟିକ ପହଞ୍ଚିନାହିଁ, ସେଠାରେ ଲୋକମାନେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ପାଇପାରିବେ । ୫ଜି ନେଟଓ୍ବାର୍କ ବ୍ୟବହାର କରି ଏହି ସେବା ଯୋଗାଇଦିଆଯିବ ବୋଲି ଅମ୍ବାନି କହିଛନ୍ତି । ଜିଓ ପାଖରେ ଏବେ ୫ କୋଟିରୁ ଅଧିକ ଗ୍ରାହକ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏଜିଏମ୍ କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ କମ୍ପାନୀ ମୋଟ ୧୫୦ ବିଲିୟନ ଡଲାର ନିବେଶ କରିଛି । ଏହି ସମୟ ମଧ୍ୟରେ କୌଣସି କମ୍ପାନୀ ଦ୍ୱାରା ଏହା ସର୍ବାଧିକ ପୁଞ୍ଜିନିବେଶ ଅଟେ । କମ୍ପାନୀର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ଯୋଗଦେଇ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଏକ ଉଦୀୟମାନ ନୂତନ ଭାରତରେ ଅଗ୍ରଣୀ । ଆମେ ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ ଏବଂ ତାହା ହାସଲ କରିଥିଲୁ ।