ଗଣେଶ ପୂଜାରେ ମୁକ୍ତିଲାଭ କରିବ ତ୍ରିଭାଷୀ ଫିଲ୍ମ ‘ପ୍ରଥା’ । ଓଡ଼ିଆ, ହିନ୍ଦୀ ଓ ପଞ୍ଜାବୀ ଭାଷାର ଫିଲ୍ମ ‘ପ୍ରଥା’ । ଏହା ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ । ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୨୧ରେ ଫାଷ୍ଟ ଲୁକ୍ ରିଲିଜ୍ ଓ ସେପ୍ଟେମ୍ବର ୧୫ ରେ ଗଣେଶ ପୂଜା ଅବସରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ସ୍ବରାଜ, ଶୀତଲ ଓ ମୁମ୍ବାଇରେ ଅବସ୍ଥାପିତ ମଡେଲ୍ ଅଭିନେତ୍ରୀ ସିମରନ୍ କୌର। ସିମରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ଓଭର ଆର୍ଟିଷ୍ଟ ।
ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ୍, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଆମେ ଯୁଗଯୁଗାନ୍ତରରୁ ବହୁତ କିଛି ପ୍ରଥା, ପରମ୍ପରା ଓ ରୀତିନୀତି ବିନା ପ୍ରଶ୍ନରେ ମାନି ଆସୁଛନ୍ତି । ଏଗୁଡ଼ିକ ମଧ୍ୟରୁ କିଛି ଭଲ ଆଉ କିଛି କ୍ଷତିକାରକ। ଏମିତି ବି କିଛି ପ୍ରଥା ଓ ରୀତିନୀତି ଅଛି ଯାହା ପୂର୍ବ କାଳରେ ଉପଯୁକ୍ତ ଥିଲା ହେଲେ ଆଜିର ସମୟରେ ମୂଲ୍ୟହୀନ। ଏସବୁ ଜାଣି ମଧ୍ୟ ଆମେ ସେସବୁକୁ ଅନୁକରଣ କରି ଆସୁଛନ୍ତି । କାହାଣୀଟି ସେହିପରି କିଛି ପ୍ରଥା, ପରମ୍ପରା, ରୀତିନୀତି ଏବଂ ଏଥିରେ ଥିବା କିଛି ବିଶ୍ବାସ, ଅବିଶ୍ବାସ ଓ ଏଥିରେ ଆସିଥିବା ପରିବର୍ତ୍ତନକୁ ଆମ ସାଧାରଣ ଲୋକ କିପରି ଅପଣାଇବାକୁ ସକ୍ଷମ ହେଉଛନ୍ତି, ତାହା ଦେଖିବାର କଥା । ସ୍ବରାଜ ଲଭରବୟ ଭୂମିକାରୁ ବାହାରି ଏକ ଭିନ୍ନ ଚରିତ୍ରରେ ଅବତୀର୍ଣ୍ଣ ହେଇଛନ୍ତି । ଶୀତଲଙ୍କୁ ଜଣେ ଗାଁ ଝିଅ ଭୂମିକାରେ ଏବଂ ସିମରନ୍ ଜଣେ ଆଧୁନିକା ଲଳନା ଚରିତ୍ରରେ ଦେଖିବାକୁ ମିଳିବେ । ଦର୍ଶକ ଏଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନାରୀଙ୍କ ମଧ୍ୟରେ ଥିବା ପ୍ରଭେଦ ଦେଖିବାକୁ ପାଇବେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍