ଲଗାଣ ବର୍ଷା ଯୋଗୁଁ ରାଜ୍ୟବାସୀ ଅନେକ ଦୁର୍ଦ୍ଦଶା ଭୋଗିଲେଣି । ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୁମା ବ୍ଳକରେ ଥିବା ଜାଙ୍ଗିଟିଟୁଲା ଗାଁରେ ପାଣି ପଶିବା ସହ ମାଟି ଅତଡା ଖସିଛି । ଏହି ଅଞ୍ଚଳରେ ଗତକାଲିଠାରୁ ଲାଗି ରହିଥିଲା ପ୍ରବଳ ବର୍ଷା । ଆଜି ସକାଳେ ମଧ୍ୟ ବର୍ଷାର ପରିମାଣ କମିନଥିଲା । ଫଳରେ ଗାଁ ପାଖରେ ଥିବା ପାହାଡ ଧସିବାରୁ ମାଟି ଅତଡା ଖସି ଯାତୟାତ ବାଧାପ୍ରାପ୍ତ ହୋଇଛି । ସେପଟେ ଗାଁରେ ବର୍ଷା ପାଣିର ସୁଅ ଛୁଟୁଛି । ଖବର ପାଇ ପୋଲିସ ପ୍ରଶାସନ ସହ ଅଗ୍ନିଶମ ଅଧିକାରୀ, ଓ ଜିଲ୍ଲା ପ୍ରଶାସନ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ