The Topmost

“The eyes believe themselves, the ears believe other people.”

ଖୁବଶୀଘ୍ର ଓଡ଼ିଶାରେ ମେଟ୍ରୋ ଟ୍ରେନର ମୂଳଦୁଆ ପଡ଼ିବ

ଖୁବଶୀଘ୍ର ଓଡ଼ିଶାରେ ପଡ଼ିବାକୁ ଯାଉଛି ମେଟ୍ରୋ ଟ୍ରେନର ମୂଳଦୁଆ । ରାଜଧାନୀରେ ମେଟ୍ରୋ ଟ୍ରେନ ପ୍ରକଳ୍ପ କାମ ଆରମ୍ଭ କରିବାକୁ ଆଉ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆସନ୍ତା ୩ ମାସ ମଧ୍ୟରେ ରାଜଧାନୀରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ହେବାକୁ ଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିଳାନ୍ୟାସର ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୫ କିଲୋମିଟର ପାଇଁ ୪୫୦ଟି ଖମ୍ବ ଛିଡ଼ା କରାଯିବ । ଏଥିପାଇଁ ୮ ହଜାର କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ସୂଚନା ଅନୁସାରେ ୧ କିଲୋମିଟର ମେଟ୍ରୋ ପଥ ନିର୍ମାଣ  ପାଇଁ ୨୫୦ କୋଟିରୁ ୩ ଶହ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଆକଳନ କରାଯାଇଛି । ପ୍ରତି ୪୭ରୁ ୫୦ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ପିଲାର ନିର୍ମାଣ ହେବ । ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୭ରୁ ୮ଟି ମେଟ୍ରୋ ଷ୍ଟେସନ ନିର୍ମାଣ ହେବ ।