ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ କଞ୍ଚା ତେଲ ଦର ୪ ପ୍ରତିଶତରୁ ଅଧିକ ଦର ବୃଦ୍ଧି ହୋଇଛି । ଭାରତ ବ୍ରିଟିଶ ପେଟ୍ରୋଲିୟମ ଲିମିଟେଡର ସେୟାର ୨.୩୫% ପର୍ଯ୍ୟନ୍ତ ଖସିଯାଇଛି । କୋରୋନା ମହାମାରୀ ଓ ଋଷ ୟୁକ୍ରେନ ସଂଘର୍ଷ ପରେ ଏବେ ଇସ୍ରାଏଲ ଓ ପାଲେଷ୍ଟାଇନ ଗ୍ରୁପ ହମାସ ମଧ୍ୟରେ ଜାରି ଯୁଦ୍ଧ ଯୋଗୁଁ ସେୟାର ମାର୍କେଟ ପ୍ରଭାବିତ ହୋଇଛି । ଭାରତ ସମେତ ସମଗ୍ର ଦୁନିଆର ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଇସ୍ରାଏଲ ସେୟାର ମାର୍କେଟ ପ୍ରଥମେ ବୁଡିବା ପରେ ଏବେ ଭାରତୀୟ ସେୟାର ବଜାର ଇଣ୍ଡେକ୍ସ ପାଖାପାଖି ୫୦୦ ଅଙ୍କ ପର୍ଯ୍ୟନ୍ତ ଖସିଛି । ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ସର୍ବାଧିକ ପ୍ରଭାବ କଞ୍ଚାତେଲରେ ପଡିଛି । ସୋମବାର କାରବାର ଆରମ୍ଭରୁ ଭାରତ ବ୍ରିଟିଶ ପେଟ୍ରୋଲିୟମ ଲିମିଟେଡ ସେୟାର ୨.୩୫% ରୁ ଖସି ୩୩୯.୦୫ ଟଙ୍କା ସ୍ତରରେ ପହଞ୍ଚି ଟ୍ରେଣ୍ଡ କରୁଛି । ଏହା ଛଡା ଭାରତୀୟ ରେଳ ଫାଇନାନ୍ସ କର୍ପୋରେସନ ୩.୪୭ ପ୍ରତିଶତ, ସୁଜଲନର ସେୟାର ୩.୯୫ ପ୍ରତିଶତକୁ ଖସିଛି । ଆଦାନୀ ପୋର୍ଟର ସେୟାର ବି ୨.୯୨ ପ୍ରତିଶତକୁ ଖସି ୮୦୬.୫୦ ଟଙ୍କାରେ ପହଞ୍ଚିଛି । ସେହିପରି ଏସବିଆଇ ଷ୍ଟକ ୧.୪୧ ପ୍ରତିଶତକୁ ହ୍ରାସ ପାଇ ୫୮୫.୯୦ ଟଙ୍କାରେ କାରବାର କରୁଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ