କ୍ଲାଉଡିଆ ଗୋଲ୍ଡିନଙ୍କୁ ମିଳିଲା ଅର୍ଥନୀତି ବିଜ୍ଞାନରେ ନୋବେଲ । ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ମିଳିଛି ନୋବେଲ । ଏନେଇ ରୟାଲ ସୁଇଡିସ ଏକାଡେମି ପକ୍ଷରୁ କ୍ଷୋଷଣା ହୋଇଛି । ମହିଳାଙ୍କ ରୋଜଗାର ଓ ଶ୍ରମ ବଜାରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଗବେଷଣା କରିବାରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ କ୍ଲାଉଡିଆ । ଶ୍ରମଶକ୍ତି କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଓ ଲିଙ୍ଗଗତ ପ୍ରଭେଦ ସମ୍ପର୍କରେ ସେ ଗବେଷଣା କରିଛନ୍ତି । ଶ୍ରମବଜାରରେ ଲିଙ୍ଗଗତ ପ୍ରଭେଦ ବାରିବା କ୍ଷେତ୍ରରେ ସେ ଗବେଷଣା କରିଥିଲେ । ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ୨୦୨୩ର ସ୍ୱେରିଗ୍ସ ରିକ୍ସବ୍ୟାଙ୍କ ପୁରସ୍କାର କ୍ଲାଉଡିଆ ଗୋଲ୍ଡିନଙ୍କୁ ଦେବା ନେଇ ନିଷ୍ପତ୍ତି କରାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ