The Topmost

“The eyes believe themselves, the ears believe other people.”

SYMPTOMS OF COLON CANCER

Colon obstipation, computer artwork.

କୋଲୋନ୍‌ କ୍ୟାନସର

ବଡ଼ ଖାଦ୍ୟନଳୀରେ ହେଉଥିବା କ୍ୟାନସରକୁ କୋଲୋନ୍‌ କ୍ୟାନସର ବୋଲି କୁହାଯାଏ । ବୟସ୍କ ଲୋକଙ୍କଠାରେ ହେଉଥିବା ଏକ ସାଧାରଣ କ୍ୟାନସର ହେଉଛି କୋଲୋନ୍‌ କ୍ୟାନସର । ବୟସ ବଢ଼ିବା ପରେ ଯଦି ଆପଣଙ୍କର ଓଜନ କମିବାକୁ ଲାଗୁଛି, ଝାଡ଼ାରେ ହଠାତ୍‌ ପରିବର୍ତ୍ତନ ହେଉଛି ସେହିଭଳି କେତେବେଳେ କୋଷ୍ଠକାଠିନ୍ୟ ତ ଆଉ କେତେବେଳେ ତରଳ ଝାଡ଼ା ହେଉଛି, ଝାଡ଼ାରେ ରକ୍ତ ପଡୁଛି, ଖାଇବାକୁ ଇଚ୍ଛା ହେଉନାହିଁ ଏବଂ ପେଟରେ ଯନ୍ତ୍ରଣା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କର;ୁ ।
କେଉଁମାନଙ୍କୁ ହେବାର ସମ୍ଭାବନା ଅଧିକ

  • ନିୟମିତ ଧୂମପାନ ଓ ମଦ୍ୟପାନ କଲେ
  • ବଂଶଗତ
    -୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି
  • ନିୟମିତ ଛେଳି ମାଂସ କିମ୍ବା ଫାଷ୍ଟଫୁଡ୍‌ ବା ଜଙ୍କଫୁଡ୍‌ ଖାଇଲେ
    ଡାକ୍ତରୀ ପରୀକ୍ଷା
  • ରକ୍ତ ପରୀକ୍ଷା
  • ଝାଡ଼ା ପରୀକ୍ଷା
  • ଆଙ୍ଗୁଡି ଦ୍ୱାରା ମଳଦ୍ୱାରର ପରୀକ୍ଷା
  • କଲୋନୋସ୍କୋପିକ୍‌ ପରୀକ୍ଷା
  • କଲୋନୋସ୍କୋପିକ୍‌ ମାଧ୍ୟମରେ ବଡ଼ ଖାଦ୍ୟନଳୀର କେଉଁ ସ୍ଥାନରେ କ୍ୟାନସର ହୋଇଛି ତାହା ଜଣାପଡ଼ିବା ସହିତ ସେହି ସ୍ଥାନରୁ ଗୋଟିଏ ଛୋଟିଆ ମାଂସ ନେଇ ବାୟୋସ୍ପି ପରୀକ୍ଷା ମଧ୍ୟ କରାଯାଏ
    ଚିକିତ୍ସା
  • ବଡ଼ ଅନ୍ତନଳୀରେ କ୍ୟାନସର କେଉଁ ସ୍ଥାନରେ ଅଛି ଏବଂ କେଉଁ ଷ୍ଟେଜ୍‌ରେ ଅଛି ସେହି ଅନୁସାରେ ଚିକିତ୍ସା କରାଯାଇଥାଏ । ଏହି ରୋଗର ଚିକିତ୍ସା ଅପରେସନ୍‌, ରୋଡ଼ିଓଥେରାପି ଏବଂ କେମୋଥେରାପି ସାହାଯ୍ୟରେ କରାଯାଇଥାଏ ।
    କ’ଣ ନେବେ ପ୍ରତିକାର
  • ଧୂମପାନ ଓ ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କର;ୁ
  • ସବୁଜ ପନିପରିବା ଓ ଫଳ ଅଧିକ ଖାଆ;ୁ
  • ୫୦ ବର୍ଷ ପରେ ବର୍ଷକୁ ଥରେ ଡାକ୍ତରୀ ପରୀକ୍ଷା କର;ୁ
  • http://thetopmost.in/?page_id=555
  • http://thetopmost.in/?p=1121
  • http://thetopmost.in/?p=1108
  • http://thetopmost.in/?p=1083