The Topmost

“The eyes believe themselves, the ears believe other people.”

କୋଲକାତାକୁ ମାଗଣା ବସ୍ ସେବା

କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକାତା ମାଗଣା ବସ ସେବା ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ୱର ରୁଟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ୍ ହେବା ପର୍ଯ୍ୟନ୍ତ ଏହି ବସ୍ ସେବା ଜାରି ରହିବ । ତେବେ ଏନେଇ ଯାହାବି ଖର୍ଚ୍ଚ ହେବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଖର୍ଚ୍ଚ ହେବ । ବାହାନଗାରେ ଟ୍ରେନ୍ ଦୁର୍ଘଟଣା କାରଣରୁ କୋଲକତାର ସାଧାରଣ ଟ୍ରେନ୍ ସେବା ବ୍ୟାହାତ ହୋଇଛି । ଅନେକ ଲୋକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକାତା ମାଗଣା ବସ୍ ସେବା ଘୋଷଣା କରିଛନ୍ତି । ପ୍ରତିଦିନ ପାଖାପାଖି ୫୦ଟି ବସ୍ ପୁରୀ, ଭୁବନେଶ୍ୱର ଓ କଟକରୁ ଯାତାୟତ କରିବ ।