ଶ୍ରୀଲଙ୍କାର ହମ୍ବନ୍ଟୋଟା ବନ୍ଦରରେ ଲାଗିଥିବା ଚୀନ୍ର ‘ହାଇ-ଟେକ୍’ ରିସର୍ଚ ଜାହାଜ କୌଣସି ଦେଶର ନିରାପତ୍ତାକୁ ପ୍ରଭାବିତ କରିବନି । ତେଣୁ ଏହାକୁ ନେଇ କୌଣସି ‘ତୃତୀୟ ପକ୍ଷ’ ବାଧା ନ ଦେବା ଉଚିତ । ସୂଚନା ଅନୁସାରେ ସାମରିକ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା ଦକ୍ଷିଣ ଶ୍ରୀଲଙ୍କା ବନ୍ଦରରେ ଉକ୍ତ ‘ଗୁପ୍ତଚର ଜାହାଜ’ ଲଙ୍ଗର୍ ପକାଇଥିବାରୁ ଭାରତ ଓ ଚୀନ୍ ବଡ଼ ଚିନ୍ତିତ ହୋଇପଡ଼ିଛନ୍ତି । ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ୍ ୱେନ୍ବିନ୍ କହିଛନ୍ତି, ଶ୍ରୀଲଙ୍କାର ସକ୍ରିୟ ସହଯୋଗ ଯୋଗୁଁ ‘୫ମ ୟୁଆଙ୍ଗ୍ ୱାଙ୍ଗ୍’ ହମ୍ବନ୍ଟୋଟା ବନ୍ଦରରେ ସଫଳତାର ସହ ବନ୍ଧା ଯାଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ