ବର୍ଷ ଅଗଷ୍ଟ ୧୫ରେ ରାଜ୍ୟରେ ହେବନି ପରେଡ୍ । ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ । କୋଭିଡ ପାଇଁ ସ୍ବାଧୀନତା ଦିବସରେ ଲାଗିଲା କଟକଣା । କେବଳ ୩ଟି କଣ୍ଟିଜେଣ୍ଟ ଏହି ପରେଡରେ ସାମିଲ ହେବେ । ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ । ଏଥିପାଇଁ ୩ଦିନ ହେବ ପ୍ରାକ୍ଟିସ୍ । ପ୍ରଦର୍ଶନୀ ପଡ଼ିଆରେ ୧୧, ୧୨ ଓ ୧୩ ତାରିଖରେ ଅଭ୍ୟାସ କରିବେ କଣ୍ଟିଜେଣ୍ଟ । ରିହସଲ ଦିନ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ ପହଞ୍ଚିବେ କଣ୍ଟିଜେଣ୍ଟ । ଯେଉଁ କଣ୍ଟିଜେଣ୍ଟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ବଜାୟ ରଖିବା ସହ ପ୍ରଦର୍ଶନୀ ପଡ଼ିଆରେ ହେବ ପତାକା ଉତ୍ତୋଳନ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ