The Topmost

“The eyes believe themselves, the ears believe other people.”

କୋଭିଡ୍‌ ସ୍ଥିତିରେ ଚଳିବା ଅର୍ଥ କଟକଣା ହଟାଇ ଦେବା ନୁହେଁ..

ବିଶ୍ବବାସୀଙ୍କ ପ୍ରତି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟଙ୍କ ବାର୍ତ୍ତା । ସେ କହିଛନ୍ତି କୋଭିଡ୍‌ ସ୍ଥିତିରେ ଚଳିବା ଅର୍ଥ କଟକଣା ହଟାଇ ଦେବା ନୁହେଁ । ବିଶ୍ବବାସୀ କରୋନାଭାଇସ୍‌ ମେଳରେ ଚଳିବା ଶିଖିଗଲେଣି ବୋଲି ଅନେକ ମତ ଦେଉଛନ୍ତି । ତେବେ ଏହାରି ଭିତରେ କଟକଣା ହଟାଇବା ବ୍ୟବସ୍ଥାର ବିରୋଧ କରିଛନ୍ତି ଡାକ୍ତର ଟେଡ୍‌ରସ୍‌ ଘେବ୍ରେୟେସସ୍‌ । ତାଙ୍କ କହିବା ଅନୁସାରେ କୋଭିଡ୍‌ ମେଳରେ ଚଳିବା ଅର୍ଥ ସୁରକ୍ଷା ନିମନ୍ତେ ଆମେ ସବୁ ପ୍ରକାର ଉପକରଣ ଉପଯୋଗ କରିବା । ଗତ ଏକ ମାସରେ ବିଶ୍ବବ୍ୟାପୀ କୋଭିଡ୍‌-୧୯ଜନିତ ମୃତ୍ୟୁହାର ୩୫% ବୃଦ୍ଧି ପାଇଛି । ଭୂତାଣୁ ଏବଂ ମହାମାରୀ ସହିତ ଲାଗି ଲାଗି ଆମେ କ୍ଳାନ୍ତ ହୋଇ ପଡ଼ିଲେଣି, କିନ୍ତୁ ଭୂତାଣୁ କ୍ଳାନ୍ତ ହୋଇନାହିଁ । ଏହାସହ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଥିବା ଭିଡିଓରେ ସେ କହିଛନ୍ତି ସଂକ୍ରମଣ ଓ ଜୀବନ ରକ୍ଷା କରିବାକୁ ଆମର ସବୁ ପ୍ରକାର ଉପକରଣ ରହିଛି । ତଥାପି କୋଭିଡ୍‌-୧୯ ଯୋଗୁଁ ସପ୍ତାହକୁ ୧୫୦୦୦ ଲୋକଙ୍କର ମୃତ୍ୟୁ ହେବା ନିହାତି ଅସହ୍ୟ । ଆମ୍ଭମାନଙ୍କ ମଧ୍ୟରୁ କେହି ଅସହାୟ ନୁହନ୍ତି । ଯଦି ଟିକା ନେଇ ନାହାନ୍ତି, ଦୟାକରି ନେଇଯାଆନ୍ତୁ,। ଆଉ ଦରକାର ହେଲେ ବୁଷ୍ଟର୍‌ ଡୋଜ୍‌ ମଧ୍ୟ ନିଅନ୍ତୁ । ଏହାସହ ମାସ୍କ୍‌ ପିନ୍ଧନ୍ତୁ ଓ ସାମାଜିକ ଦୂରତ୍ବ ବଜାୟ ରଖନ୍ତୁ ବୋଲି ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।