ୟୁକ୍ରେନକୁ ଆହୁରି ସେନା ପଠାଇବ ଋଷ । ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କେବେ ସମାପ୍ତ ହେବ ତାହା ଏବେ ପ୍ରଶ୍ନବାଚୀ ହୋଇପଡିଛି । ଗୋଟିଏ ପଟେ ଧିରେ ଧିରେ ଋଷସେନା ଦଖଲରୁ ନିଜ ଦେଶକୁ ୟୁକ୍ରେନ ମୁକ୍ତ କରିବାରେ ଲାଗିଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବୁଧବାର ଦିନ ପୁଟିନ ଘୋଷଣା କରିଛନ୍ତି କି ଋଷ ତରଫରୁ ଆହୁରି କିଛି ସୈନ୍ୟ ୟୁକ୍ରେନକୁ ପଠାଯିବ । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପୁଟିନ କହିଛନ୍ତି କି ତାଙ୍କ ପାଖରେ ରିଜର୍ଭ ଥିବା ୨ ମିଲିୟନ ସେନାକୁ ସେ ୟୁକ୍ରେନ ପଠାଇ ନିଜ ଦେଶର ସୀମାକୁ ସୁରକ୍ଷା ଦେବେ । ଏହାସହ ପଶ୍ଚିମ ଦେଶମାନେ ଋଷକୁ ବର୍ବାଦ କରିବା ସହ ୟୁକ୍ରେନର ଶାନ୍ତି ଚାହୁଁ ନାହାଁନ୍ତି । ସେପଟେ ପୁଟିନ ଆହୁରି କହିଛନ୍ତି କି ନିଜର ମାତୃଭୂମୀ ଓ ତାର ସୀମା ସୁରକ୍ଷା ପାଇଁ ଆହୁରି ସେନା ୟୁକ୍ରେନ ପଠାଇବାକୁ ଋଷ ଜେନରାଲ ଅନୁମତି ଦେବା ଆବଶ୍ୟକ ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା