The Topmost

“The eyes believe themselves, the ears believe other people.”

କେନ୍ଦ୍ର ସରକାରଙ୍କ ବିରୋଧରେ ରାଜଘାଟରେ କଂଗ୍ରେସର ଗର୍ଜନ

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଅଯୋଗ୍ୟ ଘୋଷିତ ହେବା ପରେ ଆକ୍ସନ ମୋଡରେ ଦଳ । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ରାଜଘାଟ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଜି ଦିନିକିଆ ସତ୍ୟାଗ୍ରହ କରୁଛି ଦଳ । ପାର୍ଟି ମୁତାବକ ରାହୁଲ ଗାନ୍ଧୀଙ୍କ ସହ ହୋଇଥିବା ଅନ୍ୟାୟ ବିରୋଧରେ ଦଳକୁ ଏକଜୁଟ କରିବା ଲକ୍ଷ୍ୟରେ ଏବେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହାକୁ ଦଳ ସଂକଳ୍ପ ସତ୍ୟାଗ୍ରହ ବୋଲି ନାମିତ କରିଛି । କେବଳ ଦିଲ୍ଲୀର ରାଜଘାଟ ନୁହେଁ ବରଂ ଦେଶର ଅନେକ ରାଜ୍ୟରେ ଦଳ ତରଫରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏହା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ବୋଲି ଦଳ କହିଛି । ଦିଲ୍ଲୀର ରାଜଘାଟ ଠାରେ କଂଗ୍ରେସର ବରିଷ୍ଠ ନେତାମାନେ ସତ୍ୟାଗ୍ରହରେ ବସିଛନ୍ତି । ଏହି ସତ୍ୟାଗ୍ରହରେ ଉପସ୍ଥିତ ଥିବା ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଅଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ଅଧିର ରଞ୍ଜନ ଚୌଧୁରୀ, ପି,ଚିଦାମ୍ବରମ୍, ଜୟରାମ ରମେଶ, ସଲମାନ ଖୁର୍ସିଦ୍, ପ୍ରମୋଦ ତିୱାରୀ, ଅଜୟ ମାକେନ ଓ ମୁକୁଲ ବାସନିକ । ମହାତ୍ମା ଗାନ୍ଧୀ ସମାଧୀସ୍ଥଳରେ ଧାରଣା ଦେବାକୁ ଅନୁମତି ନମିଳିବାରୁ ଦଳର ନେତାମାନେ ରାଜଘାଟ ଠାରେ ଧାରଣା ଦେଇଛନ୍ତି ।