The Topmost

“The eyes believe themselves, the ears believe other people.”

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ପାଳୁଛି ସାରା ଦେଶ । ଏନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ୧୮୯୭ ମସିହା ଆଜିର ଦିନରେ ଜାନକୀ ନାଥ ଦାସ ଓ ପ୍ରଭାବତୀ ଦେବୀଙ୍କ ପୁତ୍ର ଭାବେ କଟକରେ ଜନ୍ମଲାଭ କରିଥିଲେ ସୁଭାଷ । ରେଭେନ୍ସା କଲଜିଏଟ୍ ସ୍କୁଲରେ ପଢ଼ି ସେ ମାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଛାତ୍ର ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଥିଲା । ୧୯୨୦ ମସିହାରେ ଆଇସିଏସ୍ ପରୀକ୍ଷାରେ ନେତାଜୀ ଚତୁର୍ଥସ୍ଥାନରେ ରହିଥିଲେ । କିନ୍ତୁ ବ୍ରିଟିସ୍ ଶାସନ ଅତ୍ୟାଚାରକୁ ବିରୋଧ କରି ସେ ଚାକିରି ଛାଡି ଦେଇଥିଲେ । ପରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ । ୧୯୩୮ରେ ସେ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ । କିନ୍ତୁ ଗାନ୍ଧୀ ଓ ନେହେରୁଙ୍କ ଅସହମତି ଯୋଗୁ ସେ କଂଗ୍ରେସରୁ ଇସ୍ତଫା ଦେଇ ଫରୱାର୍ଡ ବ୍ଲକ ନାମକ ଏକ ଦଳ ଗଠନ କରିଥିଲେ । ତେବେ ୧୯୪୫ ମସିହା ଅଗଷ୍ଟ ୧୮ରେ ଏକ ବିମାନ ଦୁର୍ଘଟଣାରେ ତାଇୱାନଠାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।