The Topmost

“The eyes believe themselves, the ears believe other people.”

Rahul Gandhi, a senior leader of India's main opposition Congress party, arrives at the parliament after he was reinstated as a lawmaker, in New Delhi, India, August 7, 2023. REUTERS/Stringer NO RESALES. NO ARCHIVES.

କେନ୍ଦ୍ର ଉପରେ ବର୍ଷିବେ ଓ୍ବାଇନାଡ ଏମପି

ଆଜିଠୁ ସଂସଦରେ ବହିବ ରାହୁଲ ଝଡ଼ । କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବରେ ଭାଗ ନେଇ ବର୍ଷିବେ ଓ୍ବାଇନାଡ ଏମପି ରାହୁଲ ଗାନ୍ଧୀ । ଏହାସହ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଓ ଦୀର୍ଘ ଆଲୋଚନା ବିରୋଧୀ ଦାବି କରୁଥିବାବେଳେ ରାହୁଲଙ୍କ ଉପସ୍ଥିତି ଗୃହକୁ ସରଗରମ କରିବ । ଆଜି ଦିନ ୧୨ଟାରୁ ରାତି ୭ଟା ଯାଏ ଅନାସ୍ଥା ସମ୍ପର୍କରେ ଆଲୋଚନା ହେବ । ୯ ତାରିଖରେ ବି ହେବ ଆଲୋଚନା । ୧୦ ତାରିଖରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ ବୋଲି ସୂଚନା ମିଳିଛି । ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଇଣ୍ଡିଆ ମେଣ୍ଟ ରଣନୀତି ସ୍ପଷ୍ଟ କରିଥିବାବେଳେ ରାହୁଲଙ୍କ ନେତୃତ୍ବରେ ଶାଣିତ ହେବ ସ୍ବର । ହିଂସା ଜର୍ଜରିତ ମଣିପୁରକୁ ରାହୁଲ ଗସ୍ତ କରିଥିବାରୁ ସରକାରଙ୍କୁ କରିବେ ଜୋରଦାର ଟାର୍ଗେଟ । ମୋଦି ସାଙ୍ଗିଆ ମାମଲାରେ ସାଂସଦ ପଦ ହରାଇଥିବା ରାହୁଲଙ୍କ ରିଟର୍ଣ୍ଣ ପରେ କଂଗ୍ରେସରେ ଦେଖାଦେଇଛି ଉତ୍ସାହ ।