ସରଗରମ ହେଲାଣି ରାଜନୀତି । ଏବେ ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ଓଡିଶା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଏନଡିଏ ସହ ମେଣ୍ଟ କରିବାକୁ ବିଜେଡିକୁ ଆହ୍ୱାନ ଦେଇଛନ୍ତି । ଯାହାକୁ ନେଇ ବିଜେଡି କହିଛି ଯେ ଦଳର ସ୍ୱତନ୍ତ୍ରତା ରହିଛି । ସବୁ ନିଷ୍ପତି ସୁପ୍ରିମୋ ନିଅନ୍ତି । ମେଣ୍ଟ ବିସର୍ଜନ ପାଇଁ ନୁହେଁ ବିକାଶ ପାଇଁ । ସଂଘୀୟ ବ୍ୟବସ୍ଥାରେ ନିଜର ହକ୍ ପାଇଁ କେନ୍ଦ୍ର ବିଲକୁ ସମର୍ଥନ କରିଛି ବିଜେଡି । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ବିଜେପି କହିଛି ଯେ, ଅଠାୱଲେ ବିଜେପିର ନୁହନ୍ତି, ସେ ତାଙ୍କ ସ୍ୱାର୍ଥ ପାଇଁ ଏଭଳି କହିଥିବେ । ତେବେ ଏଭଳି ବୟାନବାଜି ଭିତରେ କଂଗ୍ରେସ ସିଧାସିଳଖ ବିଜେଡି-ବିଜେପିକୁ ଟାର୍ଗେଟ କରିଛି । ଦଳ କହିଛି, ଦୁଇଟି ଦଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଅନ୍ୟପଟେ ଆପ୍ କହିଛି ଯେ, ବିଜେଡି, ବିଜେପି ସମଦୂରତା ନୁହେଁ ସମର୍ପଣ ରାଜନୀତିରେ ବିଶ୍ୱାସ କରୁଛନ୍ତି ।
“The eyes believe themselves, the ears believe other people.”
More Stories
ଛତୁ ଭେଜ୍ ନା ନନଭେଜ୍
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ