କର୍ଣ୍ଣାଟକରେ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଏଥିପାଇଁ ବେଙ୍ଗାଲୁରୁ ସମେତ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଯାଏଁ ଭୋଟ ଗଣତି ଅନୁସାରେ ବିଜେପି ଆଗରେ ଥିବା ସୂଚନା ରହିଛି । ୩୬ଟି କେନ୍ଦ୍ରରେ ଭୋଟ୍ ଗଣତି ହେଉଛି । ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ବିଭିନ୍ନ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଯୋଗାଯୋଗ ଆରମ୍ଭ କରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବିଜେପିକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ଆକଳନ କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ ସମାନ ଆକଳନ କରିଛି। ସେପଟେ ଜେଡିଏସ୍ ଚଳିତ ନିର୍ବାଚନରେ କିଙ୍ଗମେକର ହେବା ଲକ୍ଷ୍ୟ ରଖିଛି ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ