କାହାକୁ ଭରସା କରିଛନ୍ତି ଭୋଟର । କିଏ ପିନ୍ଧିବ ଝାରସୁଗୁଡ଼ା ବିଜୟ ମୁକୁଟ । କାହା ସପକ୍ଷରେ ଯିବ ଜନତାଙ୍କ ରାୟ । ଏନେଇ ଆରମ୍ଭ ହୋଇଯାଇଛି ଭୋଟ୍ ଗଣତି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ କାଉଣ୍ଟିଂ ଆରମ୍ଭ ହୋଇଛି । ଗୋଟିଏ କାଉଣ୍ଟିଂ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ପୋଷ୍ଟାଲ ବାଲାଟ ଗଣତି ପରେ ଇଭିଏମ ଖୋଲି ପୋଷ୍ଟାଲ ବାଲାଟ ଗଣତି ହେବ । ମୋଟ ୧୮ଟି ରାଉଣ୍ଡରେ ଭୋଟ୍ ଗଣତି ହେବ । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ । ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଂ ସେଣ୍ଟରରେ ଉପସ୍ଥିତ ରହିପାରିବେ । ରାଉଣ୍ଡଓ୍ୱାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି । www.result.eci.gov.in କୁ ଲଗ୍ ଇନ କରି ରାଉଣ୍ଡଓ୍ବାରୀ ଫଳାଫଳ ଜାଣି ହେବ । ତେବେ ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା