The Topmost

“The eyes believe themselves, the ears believe other people.”

କାଲି ଓଡିଶା ପାଇବ 5-G ସେବା

ଓଡ଼ିଶାବାସୀ ପାଇବେ 5-G ସେବା । ଦିନକ ପରେ ଭୁବନେଶ୍ୱରରୁ ଏହି ସେବାକୁ ଲଞ୍ଚ କରିବେ କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରେ ଦୁଇ ଟେଲିକମ୍‌ ଅପରେଟର ରିଲାଏନ୍ସ ଜିଓ ଓ ଏୟାରଟେଲକୁ ମିଳିଛି ଅନୁମତି । ସେଥିପାଇଁ ଅଟୋମେଟିକ ନେଟୱର୍କ ପ୍ରସ୍ତୁତି ଶେଷ କରିଛନ୍ତି ଏହି ଦୁଇ କମ୍ପାନୀ । ଏଥିସହ ବର୍ତ୍ତମାନ ସୁଦ୍ଧା ୫୧୦ଟି ବୋର୍ଡ ଟ୍ରାନ୍ସିଭର ଷ୍ଟେସନ ଲଗାଯାଇଛି । ପ୍ରଥମେ ରାଜ୍ୟର ମୁଖ୍ୟ ସହରବାସୀ 5-G ସେବା ପାଇବେ । ଅକ୍ଟୋବର ୧ ତାରିଖରେ ଦେଶରେ ଲଞ୍ଚ ହୋଇଥିଲା 5-G ସେବା । ଦେଶର ୧୩ ସହରରେ ଏହି ସେବା ଲଞ୍ଚ ହୋଇଥିଲା । ହେଲେ ଏଥିରେ ଓଡ଼ିଶାର କୌଣସି ସହର ନଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜର ପାହାଡପୁର ବାସିନ୍ଦା ପାଇଥିଲେ ଏହି ସେବାର ଅନୁଭୂତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫାଇଭ୍-ଜି ନେଟୱର୍କ ସହାୟତାରେ ଯୋଡି ହେଇଥିଲେ ସ୍କୁଲର ଛାତ୍ରଛାତ୍ରୀ ।