ଆରମ୍ଭ ହେଲା ଅମରନାଥ ଯାତ୍ରା । ବେସ୍ କ୍ୟାମ୍ପରୁ ବାହାରିଲେ ଶ୍ରଦ୍ଧାଳୁ । କାଲିଠୁ ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ଦେବ ଦେବ ମହାଦେବ । ବରଫ ଲିଙ୍ଗ ଦର୍ଶନ ପାଇଁ ବିଭିନ୍ନ ବେସ୍ କ୍ୟାମ୍ପରେ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚିଥିବା ବେଳେ ଆଜି ପ୍ରଥମ ବ୍ୟାଚ୍ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ବୋଲ ବମ୍, ହର ହର ବମ୍ ନାରା ଦେଇ ଅମରନାଥ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁ । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଜାମ୍ମୁରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହର ସାରା ସୁରକ୍ଷାକର୍ମୀମାନେ ଅସ୍ଥାୟୀ କ୍ୟାମ୍ପ କରି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଡ୍ରୋନ, ଡଗ୍ ଓ ବମ୍ ସ୍କ୍ବାଡ ଯୋଗେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ସୁଗମ ଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ସେନା ଓ ଜିଲ୍ଲା ପ୍ରଶାସନର କ୍ୟାମ୍ପ କରାଯାଇଛି । ଏହାଛଡ଼ା ଅମରନାଥ ଯାତ୍ରୀଙ୍କ ପାଇଁ ତତ୍କାଳ ରେଜିଷ୍ଟ୍ରେସନ ବ୍ୟବସ୍ଥା କରିଛି ପ୍ରଶାସନ । ବୈଷ୍ଣବୀ ଧାମ, ମହାଜନ ସଭା, ପଞ୍ଚାୟତ ଘର, ଗୀତା ଭବନ ଓ ରାମ ମନ୍ଦିରରେ ସାଧୁସନ୍ଥଙ୍କ ତତ୍କାଳ ରେଜିଷ୍ଟ୍ରେସନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଜୁଲାଇ ୧ରୁ ଅଗଷ୍ଟ ୩୧ଯାଏଁ ଚାଲିବ ଅମରନାଥ ଯାତ୍ରା ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି, ଭାରି ଅଶୁଭ..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ