The Topmost

“The eyes believe themselves, the ears believe other people.”

କାଲିଠୁ ଓଡିଶାରେ ଭାରତ ଯୋଡୋ ନ୍ୟାୟ ଯାତ୍ରା

ସୋମବାର ଓଡିଶା ଆସିବେ ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସି ନିର୍ବାଚନୀ ବିଗୁଲ ବଜାଇବେ କଂଗ୍ରେସ ସାଂସଦ । ସୋମବାର ଝାଡଖଣ୍ଡରୁ ଆସି ବୀରମିତ୍ରପୁର ରାମପାଳ ଛକ ଦେଇ ଓଡିଶାକୁ ପ୍ରବେଶ କରିବ ନ୍ୟାୟ ଯାତ୍ରା । ସେଠାରେ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ସଫଳ କରିବା ପାଇଁ ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ ଶୁକ୍ରବାରଠୁ ରାଉରକେଲାରେ ଡେରା ପକାଇଛି । ଶନିବାର ବୀରମିତ୍ରପୁର ରାମପାଳ ଛକକୁ ଯାଇ ସ୍ଥିତି ଯାଂଚ କରିଛି । ସୋମବାର ସନ୍ଧ୍ୟାରେ ଝାଡଖଣ୍ଡରୁ ସିଧା ବୀରମିତ୍ରପୁରରେ ପହଂଚି ସେଠାରେ ରାତ୍ରି ଯାପନ କରିବେ ରାହୁଲ । ଫେବୃଆରି ୭ ତାରିଖରେ ରାଉରକେଲାକୁ ପହଂଚିବ ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରା । ସ୍ଥାନୀୟ ବିର୍ସାମୁଣ୍ଡା ଛକରୁ ବାହାରି ପାନପୋଷ ଛକ ପର୍ଯ୍ୟନ୍ତ ରୋଡ ସୋରେ ବାହାରିବେ ରାହୁଲ ଗାନ୍ଧୀ । ଗାନ୍ଧୀ ଛକରେ ଆୟୋଜିତ ସଭାକୁ ରାହୁଲ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ନ୍ୟାୟ ଯାତ୍ରା ରାଜଗାଙ୍ଗପୁର, ବଡଗାଁ ଓ କୁତ୍ରା ଠାରେ ମଧ୍ୟ ରୋଡ ସୋ କରି ସୁନ୍ଦରଗଡରେ ଆୟୋଜିତ ବିଶାଳ ସମାବେଶରେ ରାହୁଲ ସାମିଲ ହେବେ ।

SHARE BY