The Topmost

“The eyes believe themselves, the ears believe other people.”

କାନପୁର ହିଂସା ମାମଲା ୫୦ ଛୁଇଁଲା ଗିରଫଦାରୀ ସଂଖ୍ୟା

() ଉତ୍ତର ପ୍ରଦେଶ କାନପୁରରେ ବିରୋଧ ପ୍ରଦର୍ଶନ ବେଳେ ହୋଇଥିବା ହିଂସା ମାମଲା । ଘଟଣାରେ ସୋମବାର ୩୮ ଜଣଙ୍କୁ ଗିରଫ କରାଯାଇ ଥିବାବେଳେ ଏବେ ଆଉ ୧୨ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଫଳରେ ଗିରଫଦାରୀ ସଂଖ୍ୟା ଏବେ ୫୦ରେ ପହଞ୍ଚିଛି । ଏନେଇ କାନପୁର ଯୁଗ୍ମ ପୋଲିସ କମିଶନର ଆନନ୍ଦ ପ୍ରକାଶ ତିୱାରୀ ସୂଚନା ଦେଇଛନ୍ତି । କାନପୁର ପୋଲିସ କଥିତ ଭାବେ ହିଂସାରେ ସାମିଲ ହୋଇଥିବା ପ୍ରମୁଖ ଅଭିଯୁକ୍ତଙ୍କ ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଇଥିଲା । ସିସିଟିଭି ଫୁଟେଜ ଆଧାରରେ ଏହି ସମସ୍ତଙ୍କ ଫଟୋ ସାମ୍ନାକୁ ଆସିଥିଲା । ଭିଡିଓ କ୍ଲିପ ମାଧ୍ୟମରେ ମଧ୍ୟ ୧୦୦ରୁ ଅଧିକ ହିଂସାକାରୀଙ୍କୁ ପୋଲିସ ଚିହ୍ନଟ କରିସାରିଛି । ସମସ୍ତଙ୍କୁ ବର୍ତ୍ତମାନ ପୋଲିସ ଖୋଜିବାରେ ଲାଗିଥିବାବେଳେ ଅନେକ ସ୍ଥାନରେ ପୋଲିସ ଟିମ ରେଡ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

https://thetopmost.in/a-man-spent-84-years-in-one-company/

https://thetopmost.in/these-fegadui-things-will-make-you-rich-and-fortunate/

SHARE BY