The Topmost

“The eyes believe themselves, the ears believe other people.”

କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ଏଥର ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ । ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଏହା ଘଟିବାକୁ ଯାଉଛି । ଏହାପୂର୍ବରୁ ଅଭ୍ୟାସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ ଗଡ଼ୁଥିବା ଦେଖିବାକୁ ମିଳିଛି । ବିକଶିତ ଭାରତକୁ ନେଇ ନିର୍ମିତ ଓଡ଼ିଶାର ପ୍ରଜ୍ଞାପନ ମେଢ ଚୂଡ଼ାନ୍ତ ଅଭ୍ୟାସ ପରେଡରେ ଭାଗ ନେଇଛି । ସାଧାରଣତନ୍ତ୍ର ଦିବସ ନାରୀଶକ୍ତି କୈନ୍ଦ୍ରିକ ହୋଇଥିବାରୁ ଓଡ଼ିଶାର ପ୍ରଜ୍ଞାପନ ମେଢରେ ରାଜ୍ୟର ସମୃଦ୍ଧ ରଘୁରାଜପୁର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କ ଅର୍ଥନୈତିକ ଉନ୍ନତି ଓ ମହିଳା ସଶକ୍ତିକରଣର ବାର୍ଭା ପ୍ରଦର୍ଶିତ ହୋଇଛି । ୪୫ ଫୁଟ ଦୈର୍ଘ୍ୟ, ୧୪ ଫୁଟ ପ୍ରସ୍ଥ ଓ ୧୬ ଫୁଟ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ଏହି ବିଶାଳ ପ୍ରଜ୍ଞାପନ ମେଢ ଗତକାଲି ରାତିରେ କଡା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରୁ ବାହାରି ସଂସଦ ଭବନ ଦିଗକୁ ଅଗ୍ରସର ହୋଇଥିଲା । ଆଜି ସକାଳେ ରାଷ୍ଟ୍ରପତି ଭବନ ସମ୍ମୁଖରେ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମହିଳା କଣ୍ଟିଜେଣ୍ଟମାନଙ୍କ ଅଭ୍ୟାସ ପ୍ୟାରେଡ ପରେ ପରେ ପଞ୍ଚମ ପ୍ରଜ୍ଞାପନ ମେଢ ଭାବରେ କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିଥିଲା ।