The Topmost

“The eyes believe themselves, the ears believe other people.”

କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ସମ୍ଭାବ୍ୟ କରୋନା ମୁକାବିଲା ପାଇଁ ତୟାର ଓଡ଼ିଶା । ପ୍ରସ୍ତୁତ ହୋଇଛି ମୁକାବିଲା ପ୍ଲାନ । ସଂକ୍ରମଣ ବଢିଲେ କେମିତି କରାଯିବ ମୁକାବିଲା, କେତେ ପ୍ରସ୍ତୁତ ଅଛି ସ୍ବାସ୍ଥ୍ୟ ଭିତ୍ତିଭୂମି ଏସବୁର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ଆଜି ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସବୁ କୋଭିଡ ହସ୍ପିଟାଲରେ ମକଡ୍ରିଲ୍ କରାଯିବ । ସମସ୍ତ ସରକାରୀ ଡାକ୍ତରଖାନା ଓ କୋଭିଡ ଚିକିତ୍ସା ପାଇଁ ଅନୁବନ୍ଧିତ ଘରୋଇ ହସ୍ପିଟାଲରେ ଆଇସିୟୁ, ଏସଡିୟୁ, ଅକ୍ସିଜେନ୍ କନସେନଟ୍ରେଟର, ଟେଷ୍ଟିଂ କିଟ୍, ପିପିଇ କିଟ୍, ମାସ୍କ୍ କେତେ ଗଚ୍ଛିତ ଅଛି, ସେନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ । କୋଭିଡ ଚିକିତ୍ସାରେ ପ୍ରଶିକ୍ଷିତ ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ୍‌ଙ୍କ ସଂଖ୍ୟା ନେଇ ମଧ୍ୟ କେନ୍ଦ୍ରକୁ ଅବଗତ କରାଯିବ । ସମସ୍ତ ଡାକ୍ତରଖାନାର ଅଧୀକ୍ଷକ ଓ ସିଡିଏମଓ କେନ୍ଦ୍ର ସରକାରଙ୍କ କୋଭିଡ ପୋର୍ଟାଲରେ ତଥ୍ୟ ଅପଲୋଡ କରିବେ ।