ସ୍ୱାଧୀନତା ଦିବସରେ ଭାରତକୁ ପୁଣି ଏକ ସଫଳତା । କରୋନା ବିରୁଦ୍ଧ ଲଢେଇରେ ଆଉ ଏକ ବଡ଼ ଉପଲବ୍ଧି ହାସଲ କରିଛି । ଭ୍ୟାକ୍ସିନ ନିର୍ମାତା ଭାରତ ବାୟୋଟେକ ଦେଶର ପ୍ରଥମ ନାସାଲ୍ ଟିକା BBV-154ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳତା ସହ ଶେଷ କରିଛି । ଏହା କରୋନାଠାରୁ ସୁରକ୍ଷା ଦେବାରେ ବୁଷ୍ଟର ଡୋଜ ଭାବେ ଲୋକଙ୍କୁ ଦିଆଯିବ । BBV-154 ଭ୍ୟାକ୍ସିନ ପରୀକ୍ଷଣରେ ସୁରକ୍ଷିତ, ସହ୍ୟଯୋଗ୍ୟ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସଫଳ ହୋଇଛି । ନାକରେ ଦିଆଯିବାକୁ ଥିବା ଏହି ଭ୍ୟାକ୍ସିନକୁ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲି. ନିର୍ମାଣ କରିଛି । ତେବେ ଭ୍ୟାକ୍ସିନର ତୃୀତୟ ପର୍ଯ୍ୟାୟ ପରୀକ୍ଷଣ ଡାଟାକୁ ଡିସିଜିଆଇ ନିକଟକୁ ପଠାଯାଇଛି । ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଶୀଘ୍ର ମଞ୍ଜୁରୀ ମିଳିବ ବୋଲି କମ୍ପାନି ଆଶା ରଖିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ